Tuesday , March 28 2023
Breaking News
Home / ତାଜା ଖବର / ଅପରାଧୀଙ୍କୁ ଧରିବାକୁ ଗଲାବେଳେ ପୁଲିସ ଉପରକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ, ବିଷ୍ଫୋରକ ସାମଗ୍ରୀ ଓ ଗଂଜେଇ ଜବତ

ଅପରାଧୀଙ୍କୁ ଧରିବାକୁ ଗଲାବେଳେ ପୁଲିସ ଉପରକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ, ବିଷ୍ଫୋରକ ସାମଗ୍ରୀ ଓ ଗଂଜେଇ ଜବତ

ବ୍ରହ୍ମପୁର, ୧୫/୦୩/୨୦୨୩ (ଓଡ଼ିଶା ସମାଚାର)-ଅପରାଧୀଙ୍କୁ ଧରିବାକୁ ଗଲାବେଳେ ପୁଲିସ ଉପରକୁ ବୋମା ମାଡ଼ ହୋଇଛି । ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁର ବଡ଼ ବଜାର ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ଘଟଣା ଘଟିଛି । ଗତକାଲି ଜଣଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଶ୍ରୀକ୍ଷେତ୍ର ବିହାରରେ ଏକ ଘରକୁ ପୋଲିସ ଚଢ଼ାଉ କରିବାକୁ ଯାଇଥିଲେ । ଏହି ସମୟରେ ଘର ଭିତରୁ ପୋଲିସ ଉପରକୁ ବୋମା ମାଡ଼ କରାଯାଇଥିଲା । ଅବଶ୍ୟ କାହାରି କ୍ଷତି ହୋଇନାହିଁ । ପୋଲିସ ୨ ଜଣ ମହିଳା ଓ ୩ ଜଣ ପୁରୁଷଙ୍କୁ କାବୁ କରିଛି । ଘର ମଧ୍ୟରୁ ବୋମା ମିଳିଥିଲା । ବୋମା ନିସ୍କ୍ରିୟକାରୀ ଦଳ ବୋମା ତଲାସି କରିବା ବେଳେ ଏକ ବୋମା ଫୁଟି ଯିବାରୁ ବୋମା ସନ୍ଧାନକାରୀ ଦଳର ଜଣେ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

Leave a Reply

Your email address will not be published.