ଲକ୍ଷ୍ମୀପୁର. ୧୩/୦୩/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଜୟପୁର ସେବା ପେପର ମିଲ୍ ର କାର୍ୟ୍ୟରତ ସବୁ ବର୍ଗର ଶ୍ରମିକ ମାନେ ଆଜି ବିଭିନ୍ନ ଦାବି ନେଇ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ରାସ୍ତା ରୋକ କରିଥିଲେ। ପେପର ମିଲ୍ ର ମୃତ ଶ୍ରମିକଙ୍କ ପରିବାର, ଅବସରପ୍ରାପ୍ତ ଶ୍ରମିକ ସ୍ଥାୟୀ ଓ ଠିକା ଶ୍ରମିକ ସମେତ ସେକ୍ୟୁରିଟୀ ଗାର୍ଡ ମାନେ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ।ଉକ୍ତ ଦାବି ଗୁଡିକ ହେଲା ସମସ୍ତ କର୍ମଚାରୀଙ୍କ ପି ଏଫ୍ ଏକାଉଣ୍ଟ୍ କୁ ଆଇନ୍ ଅନୁଯାୟୀ କରମ୍ ଚାନ୍ଦ୍ ଥାପର ଟ୍ରଷ୍ଟ ରୁ ବ୍ରହ୍ମପୁର ଆଞ୍ଚଳିକ ଅଫିସ୍ କୁ ସ୍ଥାନାନ୍ତର କରିବା,ଅବସରପ୍ରାପ୍ତ ଶ୍ରମିକ ଓ ମୃତ ଶ୍ରମିକଙ୍କ ପରିବାରକୁ ପେନସନ ସୁବିଧା ପାଇବା ପାଇଁ ସୁବିଧା କରେଇବା , ସେମାନଙ୍କ ବକେୟା ପାଉଣା, ଗ୍ରାଚ୍ୟୁଇଟି ଅର୍ଥ ପ୍ରଦାନ କରିବା ପାଇଁ ଉତ୍ପାଦନ ସହ ନଯୋଡିବା ,
କାଗଜ କଳ କୁ ପୁର୍ଣ୍ଣ କାର୍ୟ୍ୟକ୍ଷମ କରି ଚଲେଇ କାର୍ୟ୍ୟରତ ଶ୍ରମିକମାନଙ୍କୁ ଅଗ୍ରୀମ ବଦଳରେ ପୁରା ଦରମା ଦେବା, ଓଡ଼ିଶା ସରକାର କାରଖାନା ଚଲେଇବା ପାଇଁ ଏନ୍ ଓ ସି ଦେବା ପରେବି କାହିଁକି କଞ୍ଚାମାଲ ପାଇଁ ବନ୍ଦ ରହୁଛି ତାର ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରେଇବା ଉଲ୍ଲେଖ ରହିଚି।କମ୍ପାନୀ ସ୍ଥାୟୀ ଶ୍ରମିକ ମାନଙ୍କୁ ଅଧା ଦରମା ଅଗ୍ରୀମ ଆକାରରେ ଦେଉଛି ତାହା ମଧ୍ୟ ଦୁଇ ତିନି ମାସରେ ଥରେ ଏବଂ ସବୁଠାରୁ ଉଦବେଗଜନକ ବିଷୟ ହେଉଛି କମ୍ ଦରମା ରୁ ପି ଏଫ୍ କାଟିବା ଫଳରେ ଅସମୟରେ ମୃତ୍ୟୁବରଣ କରିଥିବା ଶ୍ରମିକ ମାନଙ୍କ ପରିବାର
ସରକାର ଙ୍କ ଠାରୁ ଯେଉଁ ଆର୍ଥିକ ସାହାଯ୍ୟ ପାଇଥାନ୍ତେ ସେଥିରେ ସେମାନେ ବହୁତ କ୍ଷତି ସହୁଛନ୍ତି।ତେଣୁ ଏସବୁ ଉପରେ ରାଜ୍ୟ ସରକାର ଜଦି ଦୃଷ୍ଟି ନଦେବେ ତେବେ ଆସନ୍ତା ୨୩ ତାରିଖରୁ ବାଧାନସଭା ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ପ୍ରମୋଦ କୁମାର ମହାନ୍ତି,ସରୋଜ ପଣ୍ଡା,ନାରାୟଣ ଦାସ, ଜୟନ୍ତ ସାଆନ୍ତ୍ରା,ବସନ୍ତ ବେହେରା, ସରୋଜ ସୁଆର,ପ୍ରଦିପ ପାଞ୍ଜିଆ,ତ୍ରୀନାଥ ପ୍ରଧାନ, କେଦାର ଆଚାର୍ୟ୍ୟ,ନନ୍ଦ ହରିଜନ,ଯୁଧିଷ୍ଠିର ରାଉଳ, ବନମାଳୀ ପାତ୍ର,ଅଲେଖ ପାତ୍ର କହିଛନ୍ତି ।