Tuesday , March 28 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଲଉଡ଼ି ଉତ୍ସବ  ପୁରାତନ ସଂସ୍କୃତି ର ବାର୍ତ୍ତାବହ

ଲଉଡ଼ି ଉତ୍ସବ  ପୁରାତନ ସଂସ୍କୃତି ର ବାର୍ତ୍ତାବହ

ନିଶ୍ଚିନ୍ତକୋଇଲି, ୧୨/୦୩/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲା  ନିଶ୍ଚିନ୍ତକୋଇଲି  ବ୍ଲକ୍ ଜନାର୍ଦ୍ଦନପୁର ଛତ୍ର ପଡିଆ ମହାବୀର ହନୁମାନ ଜୀଉ ଙ୍କ ପୀଠ ରେ ଲଉଡ଼ିଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନ ପୁର ଓ ଦାମୋଦରପୁର ଗୋପାଳ ମହାସଂଘ ଆନୁକୂଲ୍ୟରେ ଶତାଧିକ ବର୍ଷର ଏହି ପୁରାତନ ସାଂସ୍କୃତିକ ମଞ୍ଚ ରେ ଦୁଇଟି ସ୍ବନାମଧନ୍ୟ ଲଉଡ଼ି ଦଳ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିଥିଲେ । ସଂଘ ପକ୍ଷରୁ ପ୍ରାରମ୍ଭରେ ଆୟୋଜିତ ସମ୍ୱର୍ଦ୍ଧନା ସମାରୋହ ରେ ପଞ୍ଚାୟତ କଳାପରିଷଦ ସଭାପତି ପ୍ରମୋଦ ନାୟକ, ପ୍ରାକ୍ତନ ସରପଞ୍ଚ ପ୍ରଦୀପ୍ତ ଷଡ଼ଙ୍ଗୀ, ରାଧାମାଧବ ମଠ ମହନ୍ତ ବିପ୍ର ଚରଣ ଦାସ,ସମାଜସେବୀ ଡମ୍ବରୁ ଧର ସାମଲ, ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ସାମ୍ବାଦିକ ଅକ୍ଷୟ କୁମାର ଦାଶ ଙ୍କୁ ପୁଷ୍ପ ମାଲ୍ୟ ଓ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କଳା ଓ ସଂସ୍କୃତି ର ଏହି ପବିତ୍ର ମାଟିରେ ବିଲୁପ୍ତ ହୋଇଆସୁଥିବା ଲଉଡ଼ି କଳାକୁ ଉଜ୍ଜୀବିତ କରିବାକୁ ସ୍ଥାନୀୟ ଗୋପାଳ ଭାଇ ମାନଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଲଉଡ଼ି ଉତ୍ସବ ଓ ନୃତ୍ୟ ପ୍ରଦର୍ଶନ କୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । କାର୍ୟ୍ୟକ୍ରମ ରେ ସଂଘ ସଭାପତି ପ୍ରଦୀପ୍ତ କୁମାର ବେହେରା, ସମ୍ପାଦକ ମହେନ୍ଦ୍ର ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ସହାୟତା କରିଥିଲେ ।

Leave a Reply

Your email address will not be published.