Tuesday , March 28 2023
Breaking News
Home / ସ୍ୱାସ୍ଥ୍ୟ / ପୂର୍ବାଞ୍ଚଳ ଆଇନଜୀବୀ ସଂଘ ତରଫରୁ ସ୍ବାସ୍ଥ୍ୟସେବା ଶିବିର

ପୂର୍ବାଞ୍ଚଳ ଆଇନଜୀବୀ ସଂଘ ତରଫରୁ ସ୍ବାସ୍ଥ୍ୟସେବା ଶିବିର

କଟକ, ୧୨/୦୩/୨୦୨୩ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ମହାନଦୀବିହାର ଠାରେ ପୂର୍ବାଞ୍ଚଳ ଆଇନଜୀବୀ ସଂଘ ଆନୁକୂଲ୍ୟରେ ଏକ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ୟ୍ୟକ୍ରମକୁ ଜଷ୍ଟିସ ବିଶ୍ବନାଥ ରଥ ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଉଦ୍ଘାଟନ କରିଥିଲେ।
ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ନେତୃତ୍ବରେ ବିଭିନ୍ନ ବିଭାଗର ଡାକ୍ତରମାନେ ଶିବିରରେ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଅବାଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ଏହି ଶିବିରରେ ମାଗଣାରେ ଲୋକମାନଙ୍କ ବିଭିନ୍ନ ପରୀକ୍ଷା କରାଯିବା ସହିତ ଔଷଧ ବଣ୍ଟନ କରାଯାଇଥିଲା। ସଂଘର ସାଧାରଣ ସଂପାଦକ ମନୋଜ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସଦସ୍ୟ ଗୋପାଳକୃଷ୍ଣ ମହାନ୍ତି, ଉପସଭାପତି ବସନ୍ତ କୁମାର ଦାସ, ଗୁରୁପ୍ରସାଦ ପଣ୍ଡା, ତାରାନନ୍ଦ ପଟ୍ଟନାୟକ, ସୁଜିତ ବିଶ୍ବାଳ, ଲଳିତ ରାଉତ, ସନ୍ତୋଷ ବେଉରା, ବିଜୟ ପଣ୍ଡା, ଶକ୍ତିପ୍ରସାଦ ପଣ୍ଡା, ସୋମନାଥ ମହାନ୍ତି, ଗୌରାଙ୍ଗ ଭୂୟାଁ, ଇଂଜିନିୟର ଆକାଶ ଭୂୟାଁ, ଅସ୍ମିୟ ମାଝୀ, ସଂଜୀବ ପଟ୍ଟନାୟକ, ଦିଲ୍ଲୀପ ପଟ୍ଟନାୟକ, ସ୍ବଦେଶ ଦାଶ, ସୌଭାଗ୍ୟ ଦେବଦାସ, ପ୍ରଦୀପ ମହାନ୍ତି, ଶୈଳେନ୍ଦ୍ରନାଥ ଠାକୁର, କରୁଣାକର ରଥ, ଶରତ ନାୟକ, ବିଭୁପ୍ରସାଦ ଦାସ, ସୌମେନ୍ଦ୍ର ଘୋଷ, ଦେବାଶିଷ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ମାଗଣାରେ ପ୍ରାୟ ୫ଶହ ଲୋକଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇ ପରାମର୍ଶ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published.