Tuesday , March 28 2023
Breaking News
Home / ସ୍ୱାସ୍ଥ୍ୟ / ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ତର ନିଯୁକ୍ତି ଦାବି ନେଇ ଆମରଣ ଅନଶନ ଚତୁର୍ଥ ଦିନରେ – –

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ତର ନିଯୁକ୍ତି ଦାବି ନେଇ ଆମରଣ ଅନଶନ ଚତୁର୍ଥ ଦିନରେ – –

 ତହସିଲଦାରଙ୍କ ବୁଝାସୁଝା ପରେ ବି ଅନଶନ କାରୀ ନିଜ ଜିଦରେ ଅଟଳ – –

ଜୁନାଗଡ଼, ୧୨/୦୩/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ) – ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ଓ ମେଡ଼ିସିନ ଓ ସୁର୍ଜରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବି ନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତର ଖାନା ସମ୍ବୁଖରେ ଆମରଣ ଅନଶନ ଚତୁର୍ଥ ଦିନ ରେ ପହଁଚିଛି। ବିଳମ୍ବରେ ହେଲେ ମଧ୍ୟ କେବଳ ମାଜିଷ୍ଟ୍ରେଟ ଦାୟିତ୍ୱରେ ସ୍ଥାନୀୟ ତହସିଲଦାର ସୁଭଦୀପ୍ତା ମହାନ୍ତି ଉପସ୍ଥିତ ହୋଇ ଅନଶନ କାରୀଙ୍କୁ ବୁଝାସୁଝା କରିଥିଲେ ,ହେଲେ ଡାକ୍ତର ନିଯୁକ୍ତି ଏବଂରଖିଥିବା ଦାବି ପୂରଣ ନହେଲେ ଅନଶନ ରୁ ଉଠିବୁ ନାହିଁ ବୋଲି ଅନଶନ କାରୀ ଚରମ ନିଷ୍ପତି ନେଇଥିବା ଜଣାଯାଇଛି। ଅନ୍ୟପକ୍ଷରେ କୌଣସି ଜନପ୍ରତିନିଧି ଆଜି ପର୍ଯ୍ୟନ୍ତ ଧାରଣା ସ୍ଥଳୀରେ ଉପସ୍ଥିତ ନହେବା ସ୍ଥାନୀୟ ସମସ୍ୟା ପ୍ରତି ସେମାନେ କେତେ ଯତ୍ନବାନ ଅଛନ୍ତି ଏଥିନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।କେବଳଏହି ସ୍ୱାସ୍ଥ୍ୟ କେନ୍ଦ୍ର ୫ଟିରେ ସାମିଲ ହେବା ନେଇ ଏକ ବାର୍ତ୍ତା ସୋସିଆଲ ମିଡିଆରେ ଘୁରିବୁଲୁଥିବା ଦେଖିବାକୁ ମିଳୁଛି।ଏପରିକି ଅନଶନ ଚତୁର୍ଥ ଦିନରେ ପହଞ୍ଚି ସାରିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କୌଣସି ଉଚ୍ଚ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ପ୍ରଶାସନ କାହା ଚାପରେ ଏପରି ଆଭିମୁଖ୍ୟ ଆପଣାଉଛନ୍ତି ଏଥିନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଆମରଣ ଅନଶନ ରେ ବସିଥିବା ଜୁନାଗଡ଼ ସଚେତନ ସଂଗ୍ରାମ ସମିତିର ପୂର୍ବତନ ବ୍ଲକ ଅଧ୍ୟକ୍ଷ୍ୟ ରଶ୍ମିରଞ୍ଜନ ନାୟକଙ୍କ ଏବଂ ପ୍ରଭାତ ଦାସ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଡାକ୍ତର ଆସି ପରୀକ୍ଷା କରୁ ଥିବାବେଳେ ଦୀର୍ଘ ଚାରିଦିନ ହେଲା ଅବସ୍ଥା ସଙ୍ଗୀନ ହେବାକୁ ବସିଲାଣି।ଜୁନାଗଡ଼ ତହସିଲଦାର ଉପସ୍ଥିତ ହୋଇ ଅନଶନ କାରୀଙ୍କ ଧାରଣାରୁ ଉଠିବାପାଇଁ ଅନୁରୋଧ କରିଥିଲେ।ଡାକ୍ତର ନିଯୁକ୍ତି ଏବଂ ଦାବି ପୂରଣ ହେବା ପାଇଁ ଉପସ୍ଥିତ କର୍ମକର୍ତ୍ତା ଆଲୋଚନା କରିଥିଲେ ମଧ୍ୟ ସେ ନିଜର ଅକ୍ଷମତା ପ୍ରକାଶ କରିବା ସହ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଜଣାଇ ଦେବେବୋଲି ପ୍ରକାଶ କରିଥିଲେ। ଯାହା ଫଳରେ ପ୍ରଶାସନ ପକ୍ଷରୁ ମଧ୍ୟ ଏହି ସମସ୍ୟା ସମାଧାନର ରାସ୍ତା ସ୍ପଷ୍ଟ ହୋଇ ପାରିନି। ଅନ୍ୟପକ୍ଷରେ ଅନଶନ କୁ ପୂର୍ଣ ସମର୍ଥନ କରି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଥିଲେ। ନାଗରିକ କମିଟି ରୁ ଅଶୋକ ପାତ୍ର, ବରିଷ୍ଠ ନାଗରିକ ଈଶ୍ୱର ପୂଝାରୀ, ଗୋପବନ୍ଧୁ ସେବାସଂସ୍ଥାର ରମେଶ ନାୟକ, ସାମ୍ବାଦିକ ସଂଘ ଓ ଓକିଲ ସଂଘରୁ ହିମାଂଶୁ ବରାଡ଼, ସମ୍ପାଦକ ନରେନ୍ଦ୍ର କ୍ଷୀତୀ, ଜିଲ୍ଲା ସମ୍ପାଦକ ସନ୍ତୋଷ ସିଂହଦେଓ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ଦୁଷ୍ମନ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ରବି ସୁନାନୀ, , ଉଗ୍ରେସନ କନ୍ଦପାନ ,ବିଭୁପ୍ରସାଦ ପାଢ଼ୀ ,ସ୍ବେଚ୍ଛାସେବୀ ଚିନ୍ମୟ ବେହେରା, ବିବେକ ସେନାର ଶିବରାମ ନାୟକ,ସଂଗ୍ରାମୀ ନେତା କୁବଳେଶ୍ୱର ପାଣିଗ୍ରାହୀ, ଅନୀଲ ପଣ୍ଡା , ସିପିଆଇ ରୁ ଦାମୋଦର ବେହେରା, ଶ୍ରମିକ ସଂଗଠନ ରୁ ବିରଞ୍ଚି ପଣ୍ଡା, ଯୁଧିଷ୍ଠିର ଦଣ୍ଡସେନା ଏବଂ ଅନେକ ସଂଗଠର କର୍ମକର୍ତ୍ତା ସମର୍ଥନ ଜଣାଇ ପ୍ରତିଦିନ ସାମିଲ ହୋଇଛନ୍ତି।ଏହି ଆମରଣ ଅନଶନ ଆରମ୍ଭ ହୋଇ ଚାରିଦିନ ଅତିକ୍ରମ ହୋଇ ସାରିଥିଲେ ମଧ୍ୟ ପ୍ରଶାସନ ଏବଂ ଜଣ ପ୍ରତିନିଧିଙ୍କ ସୁପ୍ତ ମାନସିକତା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଏବଂ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ। ମିଳୁଛି।ଏହାର ମୋଡ଼ କେତେବେଳେ କେଉଁ ଆଡେ ଯିବ ଏବଂ ପ୍ରଶାସନ ଏଥିନେଇ ଦାୟୀ ରହିବ ବୋଲି ଚର୍ଚ୍ଚା ହେଉଛି।ଯେଉଁ ପରିସ୍ଥିତିରେ ମଧ୍ୟ ଦାବି ପୂରଣ ନହେବା ପର୍ଯନ୍ତ ଏହି ଅନଶନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଜାରି ରହିବ ଓ ବିଭିନ୍ନ ସଙ୍ଗଠନର ସମର୍ଥନ ରହିଛି ବୋଲି ସଂଗ୍ରାମ ସମିତି ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published.