କେନ୍ଦ୍ରାପଡ଼ା, ୧୧/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ୟୁଥ ଭଲିବଲ ଏକାଡେମୀ ପକ୍ଷରୁ କେନ୍ଦ୍ରାପଡା ହାଇସ୍କୁଲ ମିନି ଷ୍ଟାଡିୟମରେ ଏକ ଭଲିବଲ ଟୁର୍ଣ୍ଣାମେଂଟ ଶନିବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଆଇନଜୀବୀ ଦେବଦାସ ମହାନ୍ତି ମୁଖ୍ୟ ଅତିଥି, ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ ମୁଖ୍ୟବକ୍ତା, କାଉନସିଲର ସେକ ଅସଲମ ଓ ଜିଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଂଟକୁ ଉଦଘାଟନ କରିବା ସହିତ କେନ୍ଦ୍ରାପଡାରେ କ୍ରୀଡାବୀତମାନଙ୍କ ଉନ୍ନତି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଭଲିବଲ ଟୁର୍ଣ୍ଣାମେଂଟରେ ବାଲିଆ, ନେମାଳ, ତରଡିପାଳ, କୁଆଁପାଳ, କେନ୍ଦ୍ରାପଡା, ଖସାଡି, ପଟ୍ଟାମୁଣ୍ଡାଇ ଓ ବଗଡା ପ୍ରଭୃତି ୮ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦୁଇଟି କ୍ୱାଟର ଫାଇନାଲ ମ୍ୟାଚରେ ବାଲିଆ ଠାରୁ ନେମାଳ ଓ ତରଡିପାଳ ଠାରୁ କୁଆଁପାଳ ଜିତିଥିବା ବେଳେ କେନ୍ଦ୍ରାପଡା ଓ ଖସାଡି ମଧ୍ୟରେ ମ୍ୟାଚ ଚାଲିଛି । କୋଚ ନିଜାମ ଅଲ୍ଲୀ, ସେକ ଆସିକ, ସେକ ରିୟାନ, ଜ୍ୟୋତିର୍ମୟ ଦାସ, ସେକ ରଫିକ, ସେକ ତବରେଜ, ମହମ୍ମଦ ତଫିକ(ପପୁ) ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରୁଛନ୍ତି ।