ଜୁନାଗଡ ୧୧/୦୩/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ଓ ମେଡ଼ିସିନ ଓ ସୁର୍ଜରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବିନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତର ଖାନା ସମୁଖରେ ଆମରଣ ଅନଶନ ଦ୍ଵିତୀୟ ଦିନରେ ପହଞ୍ଚିଛି । ଏହି ଗୁରୁତ୍ତପୂର୍ଣ ପ୍ରସଙ୍ଗ କୁ ନେଇ ଜୁନାଗଡ଼ ଅଞ୍ଚଳ ବାସୀ ଅତିଷ୍ଟ ହୋଇ ଆମରଣ ଅନଶନ ଜାରି ରଖି ଥିବା ବେଳେ ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ହେବାର ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନ ପାରେ । ଅନଶନ କୁ ନେତୃତ୍ୱ ନେଉଥିବା ପୂର୍ବତନବ୍ଲକ ଅଧ୍ୟକ୍ଷ ରଶ୍ମି ରଞ୍ଜନ ନାୟକ ଓ ସମାଜସେବୀ ପ୍ରଭାତ କୁମାର ଦାସ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି ।
ଏହି ପ୍ରସଙ୍ଗ କୁ ନେଇ ଜୁନାଗଡ଼ ଜନସାଧାରଣ ଙ୍କ ତରଫରୁ ସମର୍ଥନ ର ସୁଅ ଛୁଟିଛି । ଆଜି ଧାରଣା ସସ୍ଥଳ ରେ ବରିଷ୍ଟ ନାଗରିକ ତ୍ରିଲୋଚନ ସିଂହ ବେଳଦାର୍, ଇଶ୍ୱର ପୁଝାରୀ, ବିରଞ୍ଚି ନାରାୟଣ ପଣ୍ଡା, ଯୁଧିଷ୍ଠିର ଦଣ୍ଡସେନା, ଅନିଲ ପଣ୍ଡା, ବିନୋଦ ପାଣିଗ୍ରାହୀ, ତ୍ରି ଯୋଗୀ ସାମନ୍ତରାୟ, ଚିତ୍ତ ରଞ୍ଜନ ନିଆଲ, ଓ ୟୁ ଜେ କଳାହାଣ୍ଡି ଶାଖା ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ, ଦାମୋଦର ବେହେରା, ପଲାସ ସରପଞ୍ଚ ପ୍ରଭାକର ସେଠି, ପରମାନନ୍ଦ ଦାସ, ବିଜୟ ଯାଦବ , ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ ସମ୍ପାଦକ ନରେନ୍ଦ୍ର କ୍ଷିତି ପ୍ରମୁଖ ସମର୍ଥନ ଜଣାଇ ଧାରଣା ସ୍ଥଳରେ ଉପସ୍ଥିତ ଥିଲେ । ଜୁନାଗଡ଼ ଡାକ୍ତରଖାନା ତରଫରୁ ଦୁଇ ଜଣ ଅନଶନ କାରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରାଯାଇ ଥିଲା । ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଅନଶନ ଜାରି ରହିବ ବୋଲି ଜଣାଇଛନ୍ତି ।
Home / Uncategorized / ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବି ଅନଶନ ଦ୍ଵିତୀୟ ଦିନରେ –