ଲକ୍ଷ୍ମୀପୁର.୧୦/୦୩/୨୩(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟ ନାୟକ,ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉଦ୍ଧେସ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପଞ୍ଚାନନ ମହାନ୍ତି ଓ ମାନସ କୁମାର ମିଖାର୍ଜୀଙ୍କ ଜରିଆରେ ଏକ ତିନି ଦଫା ଦାବି ପତ୍ର ପ୍ରଦାନ କରା ଯାଇଛି।ପ୍ରକାଶ ଥାଉକି ଗତ ବର୍ଷ ନଭେମ୍ବର ମାସ ୨୭ ରୁ ୩୦ ତାରିଖ ପର୍ୟ୍ୟନ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଏହି ତିନି ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଥିଲା।ସରକାର ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥିଲା କିନ୍ତୁ ଆଜି ପର୍ୟ୍ୟନ୍ତ ପ୍ରତିଶୃତିର କୌଣସି ସୁଫଳ ନମିଳିବାରୁ ପୁଣି ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ଯଦି ଆସନ୍ତା ୧୪ ତାରିଖ ସୁଧା ସରକାର ଦାବି ପୂରଣ ନକଲେ ୧୫ ତାରିଖ ଦିନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଲଷ୍ମୀପୂର ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ପ୍ରକାଶ କରିଛି ।
ବର୍ତମାନ ବ୍ଲକରେ ଥିବା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଓ ଶିକ୍ଷତ୍ରୀ ମାନେ ସ୍କୁଲ ପୋଷାକ ତ୍ୟାଗ କରି ସାଧା ପୋଷାକ ସହ କଳା ବ୍ୟାଚ୍ ପିନ୍ଧି କାର୍ୟ୍ୟ କରୁଥିବା ଦେଖିବାକୁ ମିଳିଛି।ଦାବି ପତ୍ର ପ୍ରଦାନ ସମୟରେ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘର ସଭାପତି ଜୟଦାନ ଖରା, ଉପସଭାପତି ବୁଲୁ ହିକକା ଓ ସୁପ୍ରଭା ଷଡ଼ଙ୍ଗୀ,ସମ୍ପାଦିକା ଶାନ୍ତନ ମଣୀ କାଲପା,କୋଷାଧ୍ୟକ୍ଷ ସିମାଞ୍ଚଳ ବୈପାରୀ,ମିଡ଼ିଆ ସଂଯୋଜକ ଅରୁଣମୟ ଦତ୍ତଙ୍କ ସମେତ ଏକ ଶହରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷତ୍ରୀ ମାନେ ଲକ୍ଷ୍ମୀପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଆଗରେ ଉପସ୍ଥିତ ଥିଲେ।