କଟକ ସଦର, ୧୦/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଦାନୀ ଗୃପର ଜାଲିଆତି ତଥା ରାଷ୍ଟ୍ର ବିରୋଧି ନୀତିର ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୈ।ଧୁରୀଙ୍କ ଆହ୍ୱାନ କ୍ରମେ ସଦର ବ୍ଲକ କଂଗ୍ରେସ ସଭାପତି ପ୍ରତାପ ମଲ୍ଲିକଙ୍କ ନେତୃତ୍ୱରେ ଆଜି ଶୁକ୍ରବାର ଦିନ ସୋମପୁର ଠାରେ ଥିବା ୟୁନିୟନର ବ୍ୟାଙ୍କ ସମ୍ମୁଖରେ ଗଣ ବିକ୍ଷୋଭ ଓ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବହୁ କଂଗ୍ରେସ କର୍ମୀ ଓ ନେତାଙ୍କ ମଧ୍ୟରେ କୈଳାସ ପରିଡା, ବୈକୁଣ୍ଠ ମଲ୍ଲିକ,ସୁନା ସ୍ୱାଇଁ, ପ୍ରଶାନ୍ତ ସାହୁ,ସନାତନ ବେହେରା, ସୁକାନ୍ତ ସାହୁ, ପ୍ରଦୀପ ଗୋଛୟତ,ଅମୟ ସିଂହ, ତୋଫାନ ମଲ୍ଲିକ,ସଂଜୟ ସାମଲ, ଶତୃଘ୍ନ ଖଣ୍ଡୁଆଳ ସମେତ ସୋସିଆଲ ମିଡ଼ିଆ ରାଜ୍ୟ ସଂପାଦକ ସତ୍ୟ ରଂଜନ ଵିଠ୍ ପ୍ରମୁଖ ସାମିଲ ହୋଇଥିଲେ।ସୋମପୁର ବଜାର ଠାରୁ ବ୍ୟାଙ୍କ ପର୍ଯ୍ୟନ୍ତ ଶୋଭାଯାତ୍ରାରେ କର୍ମୀମାନେ ଯାଇଥିଲେ ।