କଟକ ସଦର,୦୭/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭା ସ୍ତରୀୟ ଵୁଥ ସଶକ୍ତିକରଣ କର୍ମଶାଳା ଆଜି ମଙ୍ଗଳବାର ଦିନ କଟକ ସଦର ବିଧାନସଭା କ୍ଷେତ୍ର ଅନ୍ତର୍ଗତ କନ୍ଦରପୁର ସମ୍ପର୍କ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରେନ୍ଦିଶ୍ୱରୀ ଯୋଗଦେଇ ସମସ୍ତ କେନ୍ଦ୍ରର ପ୍ରମୁଖ ଓ ସହ ପ୍ରମୁଖ ମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ।
କର୍ମଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ପ୍ରବକ୍ତା ତଥା ସଦର ବିଜେପି ନେତା ଦିଲ୍ଲିପ ମଲ୍ଲିକ, ଲୋକସଭା ସଂଯୋଜକ ସୁକାନ୍ତ ବିଶ୍ୱାଳ,ସଦର ପ୍ରଭାରୀ ରଶ୍ମୀ ରେଖା ଦାସ,ସଦର ସଂଯୋଜକ ହୃଷିକେଶ ଜେନା ପ୍ରମୁଖ ଯୋଗ ଦେଇ ସମସ୍ତେ ଲୋକମାନଙ୍କର ନିକଟତର ହୋଇ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନ କରାଇବାକୁ କହିଥିଲେ ।