Tuesday , March 28 2023
Breaking News
Home / ରାଜନୀତି / ଭୁବନ ବିଜେଡି ତରଫରୁ ବିଜୁ ବାବୁ ଙ୍କ ୧୦୭ ତମ ଜୟନ୍ତୀ ପାଳନ

ଭୁବନ ବିଜେଡି ତରଫରୁ ବିଜୁ ବାବୁ ଙ୍କ ୧୦୭ ତମ ଜୟନ୍ତୀ ପାଳନ

ଭୁବନ ୦୬/୦୩/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଏବଂ ଏନଏସି ବିଜେଡି ତରଫରୁ ମହାନ ଜନନାୟକ ,ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୭ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ଦଳୀୟ କାର୍ଯ୍ୟାଳୟରେ ବିଜୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଜୟନ୍ତୀ ପାଳନ କରାଯାଇଥିଲା । ସକାଳ ୮ ଘଟିକା ସମୟରେ କାଳୀ ବଜାର ସ୍ଥିତ ସହିଦ୍ ବାଜି ରାଉତ ଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ସାଇକେଲ ର୍ୟାଲି କରି ୫ କିମି ଦୂର ସହିଦ୍ ଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର କୁ ଯାତ୍ରା କରିଥିଲେ । ସହିଦ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତୀରେ ପୁଷୟମାଲ୍ୟ ଅର୍ପଣ କରି ଫେରିଥିଲେ । ପରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା । ଅପରାହ୍ନ ୪ ଘଟିକା ସମୟରେ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ଙ୍କ ମନ୍ଦିର ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ବୀର ବିଜୁ ବାବୁ ଙ୍କ ସ୍ମୃତିଚାରଣ କରି ବିଜୁ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ । ବିଜୁ ବାବୁଙ୍କ ଭଳି ସାହାସୀ ଆଉ ସ୍ୱାଭିମାନୀ ହୋଇ ମା ମାଟି ତଥା ଦେଶ ମାତୃକାର ସେବା କରିବାକୁ କହିଥିଲେ । ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ବିଜୁ ବାବୁଙ୍କୁ ମରଣୋତର ଭାରତ ରତ୍ନ ଦେବାକୁ ଦାବି କରିଥିଲେ । ତ୍ରିସ୍ତରୀୟ ପଂଚାୟତିରାଜ ର ସ୍ରଷ୍ଟା , ଦୂରଦ୍ରଷ୍ଟା ବିଜୁ ବାବୁ ହିଁ ସାରା ଭାରତ ବର୍ଷରେ ସର୍ବପ୍ରଥମେ ମହିଳା ମାନଙ୍କୁ ରାଜନୀତି କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ମହିଳା ସଶକ୍ତିକରଣ ର ଶୁଭାରମ୍ଭ କରିଥିଲେ ବୋଲି ବୋଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନବୀନ ଓଡିଶା ଗଠନ ପାଇଁ କର୍ମୀ ମାନେ ସଂକଳ୍ପ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେଡି ସାଧାରଣ ସଂପାଦକ ଅଜୟ କୁମାର ସେଠୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ପୂର୍ବତନ ଜିଲା ପରିଷଦ ସଭ୍ୟ ମାୟାଧର ପଣ୍ଡା , କୃଷି ଉପଦେଷ୍ଟା କମିଟି ଅଧ୍ୟକ୍ଷ ତଥା ଜିଲା ବିଜେଡି ଉପସଭାପତି ସୁଧାକର ସାହୁ , କାଉନସିଲର ପପୁ କୁମାର ସାହୁ , ଉପାଧ୍ୟକ୍ଷା ମାନିନୀ ସାହୁ , କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା , କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ , ଜିଲା ମହିଳା ବିଜେଡି ଉପସଭାନେତ୍ରୀ ତିଳୋତମା ଚୌଧୁରୀ , ଅମୂଲ୍ୟ ଦ୍ୱିବେଦୀ ,ରାକେଶ ଆଏଚ ,କାଉନସିଲର ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭୁବନ ବ୍ଲକ ବିଜେଡି ସଭାପତି ତଥା ୨ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭୁବନ ନଗର ସଭାପତି ନରେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବ୍ଲକ ଏବଂ ଏନଏସି ରୁ ପ୍ରାୟ ୩ ହଜାର ଦଳୀୟ କର୍ମୀ ଯୋଗଦେଇଥିଲେ ।

Leave a Reply

Your email address will not be published.