Tuesday , March 28 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଭିତରକନିକା ମହୋତ୍ସବ ମାର୍ଚ୍ଚ ୧୦ରୁ ୧୨ତାରିଖ

ଭିତରକନିକା ମହୋତ୍ସବ ମାର୍ଚ୍ଚ ୧୦ରୁ ୧୨ତାରିଖ

କେନ୍ଦ୍ରାପଡ଼ା, ୦୬/୦୩/୨୦୨୩ (ଓଡ଼ିଶା ସମାଚାର)-ପ୍ରାକୃତିକ ସୌନ୍ଧର୍ଯ୍ୟରେ ପରିପୂର୍ଣ୍ଣ ଭାରତର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ଆମ ଭିତରକନିକା ଅଭୟାରଣ୍ୟ । ଅନୁପମ ସୌନ୍ଧର୍ଯ୍ୟ, ହେନ୍ତାଳବନ, ବିରଳ ଜୀବଜନ୍ତୁ, ପ୍ରାକୃତିକ କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ଜୈବ ବିବିଧତା ପାଇଁ ଭିତରକନିକା ପର୍ଯ୍ୟଟକମାନଙ୍କ ଅନନ୍ୟ ଆକର୍ଷଣ । କେନ୍ଦ୍ରାପଡା ଜିଲା ପ୍ରଶାସନ ଆନୁକୂଲ୍ୟରେ ଦ୍ୱିତୀୟ ଭିତରକନିକା ମହୋତ୍ସବ -୨୦୨୩ ଚଳିତମାସ ୧୦ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜ୍ୟ ତଥା ଦେଶ ବାହାରେ ଭିତରକନିକା ଗହିର ମଥାର ସ୍ୱତନ୍ତ୍ର ପରିଚୟ ରହିଛି । ଏକା କେବଳ କେନ୍ଦ୍ରାପଡା ଜିଲା କି ଓଡିଶାର ନୁହେଁ ସାରା ଭାରତର ଗର୍ବ ଓ ଗୌରବ । ରାଜ୍ୟ ତଥା ଦେଶ ବାହାରୁ ବହୁ ପ୍ରକୃତିପ୍ରେମୀ, ପର୍ଯ୍ୟଟକ, ଗବେଷକ ଏଠାକୁ ବର୍ଷତମାମ ଆସିଥାନ୍ତି । ପର୍ଯ୍ୟଟନ ଶିଳ୍ପର ଉତରୋତର ଉନ୍ନତି, କେନ୍ଦ୍ରାପଡା ଜିଲାର ଗର୍ବ ଓ ଗୌରବକୁ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇବା ଓ ତତ୍ ସହିତ ପର୍ଯ୍ୟଟକମାନଙ୍କୁ ଅନୁକୂଳ ଆତିଥ୍ୟ ଓ ବ୍ୟବହାର ପ୍ରଦର୍ଶନ ନିମନ୍ତେ ଏହି ମହୋତ୍ସବ ମାଧ୍ୟମରେ ସ୍ଥାନୀୟ ବାସିନ୍ଦାମାନେ ପ୍ରମ୍ଭୋହିତ ହେବେ ଓ ସେମାନଙ୍କର ଆର୍ଥିକ ମାନଦଣ୍ଡ ପର୍ଯ୍ୟଟନଶିଳ୍ପ ମାଧ୍ୟମରେ ଅଗ୍ରସର ହେବ । ଭିତରକନିକା ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସେମାନଙ୍କ ସ୍ୱନିର୍ମିତ ଦ୍ରବ୍ୟ ବିକ୍ରୀବଟା କରିପାରିବେ ଓ ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ଗୁଡିକ ଖୋଲିବ ଓ ଫୁଡ ଷ୍ଟଲ ମଧ୍ୟ ରହିବ ।

Leave a Reply

Your email address will not be published.