ସାଲେପୁର, ୦୬/୦୩/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- ତ୍ରିରଙ୍ଗା ଇଉଥ କ୍ଲବ୍ ର ୨୩ ତମ ବାର୍ଷିକ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି । ଏଥିରେ ମୋଟ୍ ଆଠଟି ଟିମ୍ ଭାଗ ନେଇଥିଲେ। ସେଥି ମଧ୍ୟରୁ ଦୁଇଟି ଟିମ୍ ଫାଇନାଲକୁ ଉନ୍ନୀତ ହୋଇ ମ୍ୟାଚ୍ ଖେଳିଥିଲେ। ଫାଇନାଲ ମ୍ୟାଚ୍ ରେ ଉଭୟ ପକ୍ଷ ୨୫ ଓଭର ଲେଖା ଏଁ ଖେଳିଥିଲେ । ଫାଇନାଲ ରେ ଭାଗ ନେଇଥିବା ଦୁଇଟିମ ବଳଦେବଜୀଉ କ୍ରିକେଟ ଆସୋସିଏସନ ଜିଗ୍ନିପୁର୍ ଓ ଷ୍ଟାର ୟୁନିଅନ କ୍ରିକେଟ୍ କ୍ଲବ ସରପଡ଼ା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଷ୍ଟାର ୟୁନିଅନ କ୍ରିକେଟ୍ କ୍ଲବ ନିର୍ଦ୍ଧାରିତ ୨୫ ଓଭର ରେ ୩୧୦ ରନ ସଂଗ୍ରହ କରିଥିଲା। ସେହି ରନ କୁ ପିଛା କରି ବଳଦେବଜୀଉ କ୍ରିକେଟ ଆସୋସିଏନ ୨୪ ଓଭର ରେ ୩୧୧ ରନ ସଂଗ୍ରହ କରି ମ୍ୟାଚ୍ ଟିକୁ ଜିତି ନେଇଥିଲା।
ଏହି ପ୍ରତିଯୋଗୀତାରେ ଶ୍ରେଷ୍ଠ ଖେଳାଳି ଭାବେ ଗିରିଶ ନାୟକ ଙ୍କୁ ଚୟନ କରାଯାଇଥିଲା ଯିଏ କି ୭୬ ଟି ବଲ୍ ଖେଳି ୧୯୨ ରନ ସଂଗ୍ରହ କରିବା ସହ ନିଜ ବୋଲିଂ ରେ ଦୁଇ ଗୋଟି ୱିକେଟ ମଧ୍ୟ ଅକ୍ତିଆର କରି ଟିମ୍ କୁ ଜିତାଇ ଥିଲେ । ଟୁର୍ଣ୍ଣାମେଣ୍ଟ ର ପରିଚାଳନା ଦାୟିତ୍ଵରେ ଶୁଦ୍ଧଜିତ୍ ପତି, ଦୀପକ କୁମାର ପତି, ସୁଜିତ୍ କୁମାର ଓ ସନ୍ତୋଷ ଦାସ ନେତୃତ୍ୱ ନେଇଥିଲେ । ସ୍କୋର ପରିଚାଳନା କରିଥିଲେ ସତ୍ୟଜିତ ପତି, ରଣଜିତ୍ ବେହେରା ଓ ମୃତ୍ୟୁଞ୍ଜୟ ବେହେରା । ଦାସ ଅଟୋମୋବାଇଲ ସୌଜନ୍ୟ ରେ କ୍ରୀଡା ଅନୁଷ୍ଠିତ ହୋଇଥିଲା । ଏଥିରେ ଦ୍ୱରଭାଷ ର ନେତୃତ୍ୱ ନେଇଥିଲେ ହେମନ୍ତ ନନ୍ଦ ଓ ସହଯୋଗ କରିଥିଲେ ନିରଞ୍ଜନ ଗାନ୍ ଓ ଶୁଭମ୍ ।ତ୍ରିରଙ୍ଗା ଇଉଥ୍ କ୍ଲବ୍ ର ସଦସ୍ୟ ମାନେ କାର୍ୟ୍ୟକ୍ରମ ରେ ସହାୟତା କରିଥିଲେ ।