ଜୁନାଗଡ଼, ୦୬/୦୩/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ନିକଟ ବନାମଳିପୁର ଠାରେ ଗଣପତି ଫିଲ୍ଲୀଙ୍ଗ ଷ୍ଟେସନ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି।ଜାତୀୟ ରାଜପଥ ୨୬ ଏବଂ ଭାରତ ପେଟ୍ରୋଲିଅମ କମ୍ପାନୀଦ୍ୱାର ପ୍ରତିଷ୍ଠିତ ଏହି ପୁମ୍ପ କୁ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଫିଲ୍ଲୀଙ୍ଗ ଷ୍ଟେସନ ପ୍ରୋପାଇଟର ତଥା ବ୍ୟବସାୟୀ ଦୁର୍ଗାପ୍ରସାଦ ନାଏକ ସମସ୍ତଙ୍କୁ ସ୍ୱାଗତ କରି ଯାନବାହନ ଚଳକଙ୍କୁ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଆଶାତିତ ଭାବେ ବୃଦ୍ଧି ପାଉଥିବା ଯାନବାହନକୁ ଦୃଷ୍ଟିରେ ରଖି ଏହି ପମ୍ପ ଦ୍ୱାରା ଉପଭୋକ୍ତା ସହଜରେ ନିଜର ସୁବିଧା ପାଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।ଏହି କାର୍ୟ୍ୟକ୍ରମରେ ଜୁନାଗଡ଼ ଏନଏସି ଉପଧ୍ୟକ୍ଷ୍ୟା ହିମାଦ୍ରୀ ନାଏକ ଓ ସମସ୍ତ ପାରିଷଦ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡା, ବ୍ଲକ ଯୋଗାଣ ନିରୀକ୍ଷକ ଦେଵଧର ଧରୁଆ ପ୍ରମୁଖ ଯୋଗଦେଇଥିଲେ।ସେହିପରି କମ୍ପାନୀର ରଂଜନକୁମାର ଜାଲ, ସନ୍ତୋଷ ନାଏକ,ଏବଂ ଅନେକ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।