Tuesday , March 28 2023
Breaking News
Home / କ୍ରୀଡ଼ା / ଆଡଖଣ୍ଡିଆ ଲିଟିଲ୍ ଷ୍ଟାର ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚଣ୍ଡୀଆପଲା ଚାମ୍ପିଅନ

ଆଡଖଣ୍ଡିଆ ଲିଟିଲ୍ ଷ୍ଟାର ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚଣ୍ଡୀଆପଲା ଚାମ୍ପିଅନ

ନିରାକାରପୁର, ୨୩/୦୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବଙ୍ଗିଦା ପଞ୍ଚାୟତ ଆଡଖଣ୍ଡିଆ ଗ୍ରାମରେ ଚାଲିଥିବା ଲିଟିଲ୍ ଷ୍ଟାର ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚରେ ଚଣ୍ଡୀଆ ପଲା ଫୁଟବଲ ଆସୋସିଏସନ୍ କୁ ବ୍ରାହ୍ମଣପୁଟ ଫୁଟବଲ କ୍ଲବ ଭେଟିଥିଲେ। ଏଥିରେ ୧-୦ ଗୋଲରେ ଚଣ୍ଡୀଆ ପଲା ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲେ। ଆଜିର ଖେଳକୁ ଲିଟୁ ଦାସ, ହେମନ୍ତ ଦାସ, କାଳୁ ଚରଣ ଦେହୁରୀ ଓ ସପୁନି ଦାସ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବରେ କ୍ଳବ୍ ସଭାପତି ଯୋଗୀ ନାୟକ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published.