Tuesday , March 28 2023
Breaking News
Home / କୃଷି /  ଗ୍ରୀନ୍ ଫ୍ରିଲ୍ଡ ହାଇୱେ ନିର୍ମାଣରେ ବଳିପଡିବେ ସାଧାରଣ ଜନତା

 ଗ୍ରୀନ୍ ଫ୍ରିଲ୍ଡ ହାଇୱେ ନିର୍ମାଣରେ ବଳିପଡିବେ ସାଧାରଣ ଜନତା

ତହସିଲ ଅଫିସ ଘେରିଲେ ଚାଷୀ

ରଘୁନାଥପୁର, ୨୨/୦୨/୨୦୨୩ (ଓଡ଼ିଶା ସମାଚାର)- ଭାରତ ମାଳା ପ୍ରକଳ୍ପର ଜାତୀୟ ରାଜପଥ ନିର୍ମାଣ ନିମନ୍ତେ ଜମି ଅଧୀଗ୍ରହଣ ପକ୍ରିୟାରେ ପ୍ରଶାସନିକ ଖାମଖିଆଲି ମନୋଭାବକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବୀପ୍ରସାଦ ମହାରଣାଙ୍କ ନେତୃତ୍ୱରେ ଆଜି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧୀନସ୍ଥ ରାଢଙ୍ଗ ପଂଚାୟତର ଚାଷୀମାନେ ତହସିଲ ଅଫିସ ଘେରାଉ କରିଥିଲେ । କିଛି ସମୟ ପରେ ତହସିଲଦାର ଗ୍ରାମବାସୀମାନଙ୍କ ନିକଟରେ ପହଂଚି ଏକ ଦାବିପତ୍ର ସେମାନଙ୍କ ନିକଟରୁ ଗ୍ରହଣ କରିଥିଲେ ।

ପ୍ରକାଶଥାଉକି ଗତ ୩ ଫେବୃୟାରୀରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କ ଏକ ଗୋଚରାର୍ଥେ ଜମି ଅଧିଗ୍ରହଣ ସମ୍ପର୍କିତ ନୋଟିସ୍ ଏକ ଦୈନିକ ଖବରକାଗଜରେ ପ୍ରକାଶିତ ହୋଇଛି । ଏହି ନୋଟିସରେ ୨୧ଦିନ ମଧ୍ୟରେ ଜନସାଧାରଣ ଆପତି ଅଭିଯୋଗ ଦାୟର କରିବାପାଇଁ ନିର୍ଦ୍ଧେଶ ରହିଥିବା ବେଳେ ଜନସାଧାରଣଙ୍କର ଜାଣିବା ନିମନ୍ତେ ଅଧୀଗ୍ରହଣ ହୋଇଥିବା ଜମିଗୁଡିକର ବିଶଦ୍ ବିବରଣୀ, ନକ୍ସା, ତହସିଲ କାର୍ଯ୍ୟାଳୟରେ ମିଳିବା କଥା ବୋଲି ଉଲେଖ ରହିଛି । ମାତ୍ର ବାସ୍ତବରେ ତହସିଲ କାର୍ଯ୍ୟାଳୟରେ ନକ୍ସା ମିଳୁନାହିଁ । ଯାହାଫଳରେ ଜନସାଧାରଣ ସୂଚନା ପାଇବାରୁ ବଂଚିତ ହୋଇ ଆପତି ଅଭିଯୋଗ ପ୍ରଦାନ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନଏଚ୍ ଆଇର ଜଗତସିଂହପୁର ନୋଡାଲ ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ନକ୍ସା ପାଇଁ ଅସାମର୍ଥ୍ୟତା ପ୍ରକାଶ କରିବା ସହିତ ଏସମ୍ପର୍କରେ ତହସିଲଦାରଙ୍କୁ ଚିଠି କରିଅଛନ୍ତି । ଜାତୀୟ ରାଜପଥ ନିର୍ମାଣରେ ସାଧାରଣ ଜନତା ଚାଷୀ, କ୍ଷୁ୍ଦ୍ର ଉଦ୍ୟୋଗୀମାନେ ନିଜର ଜୀବିକା, ବାସଗୃହ, ବୃକ୍ଷ, ସମ୍ପଦ, ମତ୍ସ୍ୟଚାଷ ଭଳି ରୋଜଗାର ପନ୍ଥା ମାଟି ଉପରେ ଥିବା ଅଧିକାରକୁ ସବୁଦିନ ପାଇଁ ହରାଇବେ । ଯାହାଫଳରେ ସାଧାରଣ ଜନତା ଆର୍ଥିକ ଓ ମାନସିକ କ୍ଷତି ସହିବାକୁ ବାଧ୍ୟ ହେବେ । ଅପରପଟେ ବର୍ଷାଦିନେ ଉଦ୍ବୃତ ବର୍ଷାଜଳ ନିଷ୍କାସନ ହୋଇନପାରି ଚାଷ ଜମି ଗୁଡିକ ନଷ୍ଟ କରିବ । ଅଧିକ ପରିମାଣରେ ଚାଷ ଜମି ଗୁଡିକ ଅଧୀଗ୍ରହଣ କରାଯାଉଥିବାର ରାଜ୍ୟ ଓ ଜାତୀୟ ସ୍ତରରେ ଫସଲ ଉତ୍ପାଦନ  ହ୍ରାସ ପାଇବ । ହଜାର ହଜାର ପରିମାଣରେ ବୃକ୍ଷଛେଦନ ଯୋଗୁଁ ପରିବେଶ ନଷ୍ଟ ହେବ । ଗଣତାନ୍ତ୍ରିକ ରାଷ୍ଠ୍ରରେ ଜନମଙ୍ଗଳକାରୀ ସରକାର ଦେଶ ବିକାଶ ନାମରେ ଜାତୀୟ ରାଜପଥ ଆଇନକୁ ଗୁରୁତ୍ୱ ଦେବାବେଳେ ବ୍ୟକ୍ତିର ସାମ୍ବିଧାନିକ ଧାରା ୧୪ ଓ ୨୧ ହତ୍ୟା କରିପାରିବେ  ନାହିଁ । ଏଥିପାଇଁ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏହି ଘେରାଉରେ ସାମାଜିକ କର୍ମୀ ଗୋବିନ୍ଦ ଓଝା, ବିକ୍ରମ ପ୍ରସାଦ ରାଉତ, ଉଲ୍ଲାସ ପାଳ, ପ୍ରମୋଦ ପାଳ, ବିପିନ ମୁଦୁଲି, ପ୍ରଶାନ୍ତ କୁମାର ଜେନା, ପୁଷ୍ଲକର ଜେନା, କିଶୋର ଚନ୍ଦ୍ର ରାଉତ, ପିତାମ୍ବର ବାରିକ, ରଞ୍ଜିତ ପ୍ରସାଦ ରାଉତ, ନବଘନ ପାଳ, ନାରାୟଣ ସ୍ୱାଇଁ, ବଟକୃଷ୍ଣ ମହାରଣା ପ୍ରଭୃତି ଯୋଗଦେଇ ତହସିଲଦାର ଏଦିଗରେ ପଦକ୍ଷେପ ନନେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି ।

Leave a Reply

Your email address will not be published.