Tuesday , March 28 2023
Breaking News
Home / କ୍ରୀଡ଼ା / ବାବା ଆମ୍ବେଦକର ଫୁଟବଲ ଟୁର୍ଣ୍ଣାମେଣ୍ଟ : ମା ମଙ୍ଗଳା ଗଡମାଣିତ୍ରୀ ୩-୦ରେ ଫାଇନାଲକୁ ଉତ୍ତୀର୍ଣ୍ଣ 

ବାବା ଆମ୍ବେଦକର ଫୁଟବଲ ଟୁର୍ଣ୍ଣାମେଣ୍ଟ : ମା ମଙ୍ଗଳା ଗଡମାଣିତ୍ରୀ ୩-୦ରେ ଫାଇନାଲକୁ ଉତ୍ତୀର୍ଣ୍ଣ 

ନିରାକାରପୁର, ୨୦/୦୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ପଞ୍ଚାୟତ ମୁଣ୍ଡାଆମ୍ବ ଖେଳ ପଡ଼ିଆରେ ବାବା ଆମ୍ବେଦକର ଫୁଟବଲ ଆସୋସିଏସନ୍ ତରଫରୁ ବାବା ଆମ୍ବେଦକର ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ଵିତୀୟ ସେମିଫାଇନାଲରେ ଗଡମାଣିତ୍ରୀ ମା ମଙ୍ଗଳା କ୍ଲବ କୁ ଡିହପୁର ତ୍ରିନାଥ କ୍ଲବ ଭେଟିଥିଲା। ଗଡମାଣିତ୍ରୀ ମା ମଙ୍ଗଳା କ୍ଲବ ୩-୦ ଗୋଲରେ ଡିହପୁର ତ୍ରିନାଥ କ୍ଲବ କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତ ରଞ୍ଜନ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନିବାସ ମାଝୀ, ମନୁ ନାୟକ, ସୁଦର୍ଶନ ନାୟକ, ବାଘ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ ଗଡମାଣିତ୍ରୀ ମା ମଙ୍ଗଳା କ୍ଲବ ବନାମ ଶରଧାପୁର ଫୁଟବଲ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published.