Tuesday , March 28 2023
Breaking News
Home / କୃଷି / ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

କେନ୍ଦ୍ରାପଡ଼ା, ୨୦/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ କେନ୍ଦ୍ରାପଡା ଜିଲା କୃଷି ବିଭାଗ ଆନୁକୂଲ୍ୟରେ ଏକ ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଭୁବନେଶ୍ୱର ସି.ଏ.ଇ.ଟି.ର ପ୍ରାକ୍ତନ ଡିନ ପ୍ରଫେସର ଡଃ. ସତ୍ୟାନନ୍ଦ ସ୍ୱାଇଁ, କୃଷି ବିଭାଗର ମୁଖ୍ୟଯନ୍ତ୍ରୀ ଇଂ ମୁକ୍ତିକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲା ମୁଖ୍ୟ କୃଷି ଅଧିକାରୀ ସମରେନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ଏଡିଓ ତୁସାରକାନ୍ତି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ସେହି ପଡିଆରେ ଖୋଲିଥିବା ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ଲିଲିତା ଦାସ, ନିର୍ମଳା ମହାନ୍ତି,ଆତ୍ମା ଅଧ୍ୟକ୍ଷ ଅଶୋକ କୁମାର ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.