Tuesday , March 28 2023
Breaking News
Home / କୃଷି / ମା’ ବ୍ରାହ୍ମଣୀ ଦେବୀ ପାଣି ପଂଚାୟତ ସମ୍ମାନୀତ

ମା’ ବ୍ରାହ୍ମଣୀ ଦେବୀ ପାଣି ପଂଚାୟତ ସମ୍ମାନୀତ

ଭୁବନ ୧୮/୦୨/୨୦୨୩ (ଓଡ଼ିଶା ସମାଚାର)-  ଢେଙ୍କାନାଲ ଜିଲା ଭୁବନ ବ୍ଲକ ଧଳପଡା ପଂଚାୟତ ଅନଳ ଗ୍ରାମ ର ମା’ ବ୍ରାହ୍ମଣୀ ଦେବୀ ପାଣି ପଂଚାୟତ କୁ ରାଜ୍ୟ ସ୍ତରୀୟ ପାଣି ପଂଚାୟତ ଉଦଯାପନୀ ଉତ୍ସବରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱରସ୍ଥ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ସଚିବ ଅନୁ ଗର୍ଗ ଙ୍କ ଉପସ୍ଥିତିରେ ପାଣି ପଂଚାୟତ ସଭାପତି ରମେଶ ଚନ୍ଦ୍ର ସାହୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଦତ ପୁରସ୍କାର , ମାନପତ୍ର ଓ ନଗଦ ୫୦ ହଜାର ଟଙ୍କା ଗ୍ରହଣ କରିଥିଲେ । ଢେଙ୍କାନାଳ ଜିଲାର ଏକମାତ୍ର ବୃହତ ଜଳସେଚନ ଜାଇକା ପ୍ରକଳ୍ପ ରେଙ୍ଗାଳି ବାମ କେନାଲର ରକ୍ଷଣାବେକ୍ଷଣ , ସେଚଜଳର ସୁଷମ ବଂଟନ ତଥା ପାଣି ପଂଚାୟତର ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଜଳସଂପଦ ବିଭାଗ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।

Leave a Reply

Your email address will not be published.