Tuesday , March 28 2023
Breaking News
Home / କୃଷି / ଭୁଷଣ୍ଡପୁରରେ ଚାଷ ପାଇଁ କେନାଲ ଖୋଳା ଆରମ୍ଭ 

ଭୁଷଣ୍ଡପୁରରେ ଚାଷ ପାଇଁ କେନାଲ ଖୋଳା ଆରମ୍ଭ 

ନିରାକାରପୁର, ୧୫/୦୨/୨୦୨୩ (ଓଡ଼ିଶା ସମାଚାର)-ଆଜି ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଠାରେ ଚାଷ ଜମିକୁ ଜଳସଚନ କରି ଚାଷୀମାନଙ୍କ ମୁଁହ ରେ ହସ ଫୁଟାଇବା ପାଇଁ ଭୂଷଣ୍ଡପୂର ସରପଞ୍ଚ ଶ୍ରୀ ସୌରଭ କୁମାର ଦାସମହାପାତ୍ର ଙ୍କ ନେତୃତ୍ବରେ ଜଳସେଚନ ନିମିତ୍ତ କେନାଲ ଖୋଳା କାର୍ଯ୍ୟ ଆରମ୍ଭ କରା ଗଲା ।  ଏହାଦ୍ବାରା ଭୂଷଣ୍ଡପୁର୍ ଓ ଆଖପାଖ ଅଞ୍ଚଳର ଶହ ଶହ ଏକର ଚାଷଜମି  ଜଳସେଚିତ ହୋଇପାରିବ ।  ଉକ୍ତ ଭୂଷଣ୍ଡପୁର ଅଞ୍ଚଳର ଜନସାଧାରଣ ସ୍ବାଗତ କରିଥିଲେ । ଏଥିରେ ଭୂଷଣ୍ଡପୁର ଚାଷିକମିଟି ର ସଭାପତି ହରିହର ଦାସ,ବରିଷ୍ଠ ନାଗରିକ ତ୍ରିନାଥ ସେଠୀ,ସମାଜସେବୀ ରବୀନ୍ଦ୍ର କୁମାର ପରିଡ଼ା ,ବାଇଧର ମହାରଣା ,ଅଜୟ ମହାରଣା ,ବିରଞ୍ଚି ବେହେରା ,ସର୍ବେଶ୍ଵର ବେହେରା,ଭୀମସେନ ନାୟକ ,ଜଳବିଭାଜିକାମିଶନର ସଭାପତି ନିହାର ରଞ୍ଜନ ଜେନା ,ସମ୍ପାଦକ ସୁଶାନ୍ତ ଜେନା ଓ ଅନେକ ଚାଷୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.