Tuesday , March 28 2023
Breaking News
Home / କୃଷି / ବାସୁଦେବ ବେହେରା ଗରଦପୁର ବ୍ଲକ ଆତ୍ମା କମିଟି ର ଅଧ୍ୟକ୍ଷ ମନୋନୀତ

ବାସୁଦେବ ବେହେରା ଗରଦପୁର ବ୍ଲକ ଆତ୍ମା କମିଟି ର ଅଧ୍ୟକ୍ଷ ମନୋନୀତ

ଗରଦପୁର,୧୪/୦୨/୨୦୨୩ (ଓଡ଼ିଶା ସମାଚାର)- ଆଜି ଗରଦପୁର ବ୍ଲକ ର କୃଷି କାର୍ୟ୍ୟାଳୟ କକ୍ଷରେ ଆତ୍ମା କମିଟି ର ସମସ୍ତ ବିଭାଗରୁ ମନୋନୀତ ୨୧ ଜଣ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ସମସ୍ତ ବିଭାଗୀୟ ଅଧିକାରୀ ଜିଲ୍ଲା ପରିଷଦ ସଦସ୍ୟା ଏଲିଜା ସ୍ବାଇଁ ଙ୍କ ଉପସ୍ଥିତି ରେ ଆତ୍ମା କମିଟି ର ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ବାସୁଦେବ ବେହେରା ମନୋନୀତ ହୋଇଥିଲେ। ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଙ୍କ ସଭାକୁ ଅଭିଭାଷଣ ପରେ ଏକ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ବାସୁଦେବ ବେହେରା ଙ୍କ ନାମକୁ ରମାକାନ୍ତ ବେହେରା ପ୍ରସ୍ତାବ ଆଗତ କରିବା ପରେ ଶିବପ୍ରସାଦ ପଣ୍ଡା ତାହାକୁ ସମର୍ଥନ କରିଥିଲେ। ୨୧ ଜଣ ସଦସ୍ୟ ମାନଙ୍କ ମଧ୍ୟରୁ ୧୯ ଜଣ ସଦସ୍ୟ କରତାଳି ଦେଇ ଏହାକୁ ସ୍ବାଗତ କରିଥିଲେ।
ଏହି ପ୍ରକ୍ରିୟା ରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଙ୍କ ଗୋଟି ଚାଳନା ଦଳୀୟ ସଂଗଠନ କୁ ମଜଭୁତ କରିବା ସହ ସରକାରୀ ଅଧିକାରୀ ଙ୍କ ସହ ଅଧ୍ୟକ୍ଷ ଙ୍କ ର ସମ୍ପର୍କ ଓ ପାରିବା ପଣିଆ କୁ ସ୍ଵାଗତ କରି ଗରଦପୁର ବ୍ଲକ ର ବିକାଶ ଧାରାରେ ଆଉ ଏକ ଫର୍ଦ୍ଦ ଜୋଡି ହେବ ବୋଲି ସର୍ବସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳୁଛି ବିଧାୟକ ଆତ୍ମା କମିଟି ର ଅଧ୍ୟକ୍ଷ ଭାବେ ଆଜି ବୈଠକ ନକରିବା ପାଇଁ ହ୍ବିପ ଜାରି କରିଥିଲେ ସୁଦ୍ଧା ଏହାକୁ କେହି ଗ୍ରହଣ ନକରି ବ୍ଲକ ଅଧ୍ୟକ୍ଷ ଙ୍କୁ ସମର୍ଥନ କରି ଆତ୍ମା କମିଟି ର ଅଧ୍ୟକ୍ଷ ନିର୍ବାଚନରେ ଭାଗନେଇଥିଲେ।

Leave a Reply

Your email address will not be published.