Tuesday , March 28 2023
Breaking News
Home / ବିଶେଷ / ରବିନ୍ଦ୍ର ଶ୍ରୀଚନ୍ଦନଙ୍କ ବିୟୋଗରେ ଶୋକ

ରବିନ୍ଦ୍ର ଶ୍ରୀଚନ୍ଦନଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୦୭/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ନୁଆ ବସଷ୍ଟାଣ୍ଡ ସନ୍ନିକଟ ବଡକୋଠାର ଦାୟାଦ ରବୀନ୍ଦ୍ର କୁମାର ଶ୍ରୀଚନ୍ଦନଙ୍କର ୭୪ବର୍ଷ ବୟସରେ ତାଙ୍କ ବାସଭବନରେ ମଙ୍ଗଳବାର ପୂର୍ବାହ୍ନ ସାଢେ ୧୦ଟା ସମୟରେ ହୃଦଘାତରେ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସହରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ସହରର ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବଡକୋଠାସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ଡା. ବିଶ୍ୱ ପ୍ରକାଶ କାନୁନଗୋ, ଡା. ସ୍ନେହଲତା କାନୁନଗୋ, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ଧିରେନ ସାହୁ, ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ପ୍ରାକ୍ତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କାଉନସିଲର ରମେଶ ଦାସ, ଡଃ. ବିରଜା ପ୍ରସାଦ ରାଉତରାୟ, ବିଜେଡି କାଉନସିଲର ପ୍ରାର୍ଥୀ ଆଶିଷ କୁମାର ପାଣି, ଜାନକୀବଲ୍ଲଭ ସାମନ୍ତରାୟ, ବିଶ୍ୱଜିତ ରାଉତ, ମାନସରଞ୍ଜନ ସାମଲ, ପ୍ରମୋଦ କୁମାର ମହାନ୍ତି, ସମବାୟବିତ ପ୍ରମୋଦ ସାହୁ, କୃଷ୍ଣାନନ୍ଦ ପଣ୍ଡା,  ମୀର ମୁର୍ଶିଦ୍ଧ, କମଳାକାନ୍ତ ବେହେରା, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ବିପିନ ଦାସ, ତପନ ଦାସ, ଗଗନ ଦାସ, ଅକ୍ଷୟ ପାଣି,  ଜାହିଦ ଖାନ, ମୁକ୍ତାର ଖାନ, ସୌମେନ୍ଦ୍ର ପୃଷ୍ଟି, ହିବଜୁର ରହେମାନ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଇଂ ଜ୍ଞାନଦେବ ବେଉରା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଗୋବିନ୍ଦଜୀଉ ମନ୍ଦିର ସନ୍ନିକଟ ତାଙ୍କ ବଂଶର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ସମ୍ବିତ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published.