Sunday , March 26 2023
Breaking News
Home / ବିଶେଷ / ବେଆଇନ୍ ନିର୍ମାଣ ଉପରେ ରୋକ୍ ଲଗାଇଲେ ତହସିଲଦାର,୧୪୪ ଜାରି

ବେଆଇନ୍ ନିର୍ମାଣ ଉପରେ ରୋକ୍ ଲଗାଇଲେ ତହସିଲଦାର,୧୪୪ ଜାରି

କଟକ ସଦର, ୦୭/୦୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ଵେ‌ହେରା): କିଶନନଗର ତହସିଲ ଅଞ୍ଚଳରେ ବେଆଇନ ଜବରଦଖଲ ବୃଦ୍ଧି ପାଇବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତହସିଲଦାର ମଧୁସୂଦନ ନାୟକ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ବେଆଇନ୍ ଜଵରଦଖଲକରୀଙ୍କୁ ଜବତ କରିବାକୁ ତହସିଲଦାର ଅଣ୍ଟା ଭିଡିଥିଵା ଦେଖାଯାଇଛି।ପ୍ରକାଶ ଯେ କିଶନନଗର ମୈ।ଜା ୪୮ ନମ୍ବର ପ୍ଲଟ ଓ ୪୦୨ ଖାତାରେ ଥିବା ୨ ଡିସିମିଲ ଗୋଚର ଜମିକୁ ବେଆଇନ୍ ଭାବେ ଜବରଦଖଲ କରି ସ୍ଥାୟୀ ନିର୍ମାଣ କରାଯାଉଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏଥିପାଇଁ ତହସିଲଦାର ପଦକ୍ଷେପ ସ୍ୱରୂପ ବେଆଇନ ଜବରଦଖଲକାରୀଙ୍କୁ କ ଓ ଖ ନୋଟିସ୍ ସହିତ ଉକ୍ତ ସ୍ଥଳକୁ ୧୪୪ ଜାରି କରିଛନ୍ତି। ଏଥିସହିତ ଏହି ଜମି ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ପୋଲିସକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପାରାଵିଲରେ ବେଆଇନ ଜବରଦଖଲ ଓ ନିର୍ମାଣକୁ ତ‌ହସିଲଦାର ନିଜେ ଯାଇଁ ସରଜମିନ ତଦନ୍ତ କରି ଉଛେଦ କରିଥିବା ଜଣାପଡିଛି। ତହସିଲଦାରଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।