କଟକ,୦୭/୦୨/୨୦୨୩(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ନୂଆବଜାର-ପୋତାପୋଖରୀସ୍ଥିତ ନେତାଜୀ ଖେଳ ପଡ଼ିଆରେ ରବିବାର ସନ୍ଧ୍ୟାରେ କନ୍ଦରାସୁର ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମର ପ୍ରତିଷ୍ଠାତା ନେପାଳ ପ୍ରକାଶ ସାମନ୍ତ ଓ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ଜଗନ୍ନାଥ ପାଟ୍ଟ ସେବା ବିକାଶ ପରିଷଦର ସଭାପତି ଦୁର୍ୟ୍ୟୋଧନ ସାହୁ, କନ୍ଦରାସୁର ପୋଡ଼ି ମହୋତ୍ସବ କମିଟିର ଉପସଭାପତି ପ୍ରିୟବ୍ରତ ପଣ୍ଡା, ସମ୍ପାଦକ ମନୋଜ କୁମାର ଦାସ, ସୁଜିତ୍ କୁମାର ବିଶ୍ୱାଳ,ଗୁରୁଚରଣ ପଣ୍ଡା,ଦେବାଶିଷ ରଥ,ସୋମନାଥ ମହାନ୍ତି,କୋଷାଧ୍ୟକ୍ଷ ଶ୍ରୀଧର ପୃଷ୍ଟି ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଏହି ଉତ୍ସବ ପାଳିତ ହୋଇଥିଲା। ସୋମନାଥ ମହାନ୍ତି ବଳରାମ ବେଶ ଧାରଣ କରି ଏକ ସୁସଜ୍ଜିତ ରଥରେ ରାଣୀହାଟସ୍ଥିତ ବଳଦେବ ଜୀଉ ମନ୍ଦିରରୁ ଉତ୍ସବ ସ୍ଥଳକୁ ଆସିଥିଲେ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ଡ. ସଞ୍ଜୟ କୁମାର ନାୟକ,ସମ୍ମାନିତ ଅତିଥି ଭାବେ ବାର କାଉନସିଲର ପୂର୍ବତନ ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି, ଡେପୁଟି ମେୟର ଦମୟନ୍ତୀ ମାଝି, କର୍ପୋରେଟର ତାପସ ସାମନ୍ତରାୟ ଇଂ. ସୁବ୍ରତ ଘଡ଼େଇ, ସଞ୍ଜୟ ଜେନା ପ୍ରମୁଖ ଯୋଗଦେଇଥିଲେ।ଶେଷରେ ପ୍ରଭାତ ତ୍ରିପାଠୀ ଅଗ୍ନି ସଂଯୋଗ କରି କନ୍ଦରାସୁର ପ୍ରତିକୃତୀ ରେ ଅଗ୍ନୀ ସଂଯୋଗ କରିଥିଲେ ।