ଲକ୍ଷ୍ମୀପୁର, ୦୭/୦୨/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ପର୍ଷ କୃଷ୍ଠ ସଚେତନତା ଅଭିଯାନ ମାଧ୍ୟମରେ ବିଶ୍ଵ କୃଷ୍ଠ ନିରାକରଣ ଦିବସ ଓ ପକ୍ଷ ସାଙ୍ଗାନା ହାଇସ୍କୁଲ ଠାରେ ପାଳନ ହେଇ ଯାଇଛି।ଏନେଇ ଏକ ରାଲି ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ସାଙ୍ଗାନା ହାଇସ୍କୁଲରୁ ବାହାରି ଏମଡିଟି ଖାଅ କୃଷ୍ଣ ହଟାଅ…କୃଷ୍ଠ ରୋଗ ଆରୋଗ୍ୟ ସାଧ୍ୟ ବୋଲି ନାରାଦେଇ ଅଞ୍ଚଳ ପରିକ୍ରମା କରିଥିଲେ।ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା,ଖେଳ ଶିକ୍ଷକ ଆଶିବାଦ ନାୟକ ଓ ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମୋହନ ଖିଲ ଓ ଶୁଭ୍ରଜିତ ଖରା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।