Tuesday , March 28 2023
Breaking News
Home / ତାଜା ଖବର / କୋଇଲା ବୋଝେଇ ଟ୍ରକ୍ ଧକାରେ ବାଇକ ଚାଳକ ମୃତ ,ଜଣେ ଆହତ

କୋଇଲା ବୋଝେଇ ଟ୍ରକ୍ ଧକାରେ ବାଇକ ଚାଳକ ମୃତ ,ଜଣେ ଆହତ

ଲକ୍ଷ୍ମୀପୁର, ୦୭/୦୨/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ମଣ୍ଡଳଗୁଡା ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଧକା ଦେବାରୁ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ ହୋଇଥିବା ଜଣା ପଡିଛି। ଖବର ନେବାରେ ଜଣା ପଡିଛିକି କାଶିପୁର ବ୍ଲକ ମାଳି ଗାଁର ରୋସନ ଗୌଡ ପ୍ରସନ ଗୌଡ ଏକ ବାଇକ ଧରି ରାୟଗଡାରୁ ବାହାରି ନିଜ ଗାଁକୁ ଯାଉଥିବା ବେଳେ ଅପରାହ୍ନ ଗୋଟାଏ ବେଳେ ମଣ୍ଡଳଗୁଡା ଛକ ନିକଟରେ ସାମନା ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ଧକା ଦେଇଥିଲା।ଫଳରେ ପଛପଟ ବସିଥିବା ପ୍ରସନ ରାସ୍ତା କଡକୁ ଛିଟିକି ପଡିଥିବା ବେଳେ ଟ୍ରକଟି ପୁରା ବାଇକ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ରୋସନଙ୍କ ମୃତ୍ୟୁ ଘଟିଥିଲା।ପରେ ଖବର ଶୁଣି ତାଙ୍କ ଗ୍ରାମବାସୀ ଆସି ଘଟଣାସ୍ଥଳରେ ପହଁଚି ମୃତ ଶରୀରକୁ ଧରି କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ କରିଥିଲା ବେଳେ  ଉତେଜନା ବୃଦ୍ଧି ପାଇଥିଲା। ଖବର ଶୁଣି ଲକ୍ଷ୍ମୀପୁର ଥାନା ଆଇଆଇସି ଶ୍ଵେତପଦ୍ମ ସେଠ୍ ସଦଳ ବଳେ ଘଟଣା ସ୍ଥଳେ ପହଁଚି ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଖବର ଲେଖା ଯିବା ପର୍ୟ୍ୟନ୍ତ ରାସ୍ତା ଅବରୋଧ ହଟି ନଥିଲା।ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ ବୋଲି ତଦନ୍ତକାରି ଅଫିସର ଧନଞ୍ଜୟ ମୁର୍ମୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.