Tuesday , March 28 2023
Breaking News
Home / ବିଶେଷ / କଟକ ସଦର ବ୍ଲକର ୮ ଜଣ ନୂତନ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ  

କଟକ ସଦର ବ୍ଲକର ୮ ଜଣ ନୂତନ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ  

କଟକ ସଦର, ୦୭/୦୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକର ୮ ଜଣ ନୂତନ ଅଙ୍ଗନବାଡ଼ି କର୍ମୀଙ୍କୁ ଆଜି ମଙ୍ଗଳବାର ଦିନ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଵିଡିଓ ରାଜୀବ ଲୋଚନ ପରିଡ଼ାଙ୍କ ପୈରୋହିତ୍ୟରେ ଆୟୋଜିତ ସଭାରେ ପଞ୍ଚାୟତ ସମିତିର କାମଚଳା ଅଧ୍ୟକ୍ଷା ଅମ୍ବିକା ପାତ୍ର, ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାଶ,ସିଡିପିଓ ରଶ୍ମିତା ମହାନ୍ତି,ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ସମୟ ବେହେରା,ଆତ୍ମା ର ଅଧ୍ୟକ୍ଷ ରଜନୀକାନ୍ତ ସାହୁ, ବିଧାୟକଙ୍କ ବ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା,ମିଶନ ଶକ୍ତି ସଂଯୋଜକ ଶରତ ରାୟ ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଚନ୍ଦ୍ର ସାରଥି ନବ ନିଯୁକ୍ତ କର୍ମୀମାନଙ୍କୁ ଶୁଭେଛା ଜଣାଇବା ସହିତ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published.