Sunday , March 26 2023
Breaking News
Home / ବିଶେଷ / ସିନେକି୍ରଟିକ୍ ର ‘ଲତା ନାଇଟ୍ -୨୦୨୩’

ସିନେକି୍ରଟିକ୍ ର ‘ଲତା ନାଇଟ୍ -୨୦୨୩’

ଲତା ଥିଲେ ସଂଗୀତର କାଳଜୟୀ ସ୍ରଷ୍ଟା
ଭୁବନେଶ୍ୱର, ୦୬/୦୨/୨୦୨୩ (ଓଡ଼ିଶା ସମାଚାର)- ଭାରତର ଅଗ୍ରଗଣ୍ୟା କଣ୍ଠଶିଳ୍ପୀ, ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମେଙ୍ଗସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏକ ମନୋଜ୍ଞ ସଂଗୀତ ସନ୍ଧ୍ୟାରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଅନୁଷ୍ଠିତ ‘ଲତା ନାଇଟ୍-୨୦୨୩’ ଶୀର୍ଷକ ଏହି ଉତ୍ସବରେ ରାଜ୍ୟ ବହୁ ଜଣାଶୁଣା ସଂଗୀତଜ୍ଞ ସୁଲଳିତ କଣ୍ଠରେ ଲତାଙ୍କ ଲୋକପ୍ରିୟ ସଂଗୀତ ଗୁଡ଼ିକ ପରିବେଷଣ କରି ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶକ ରଂଜନ କୁମାର ଦାସ ଏବଂ ‘କାଦମ୍ବିନୀ’ର ସମ୍ପାଦିକା ତଥା ସୁଲେଖିକା ଡ. ଇତି ସାମନ୍ତ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ । ବକ୍ତାମାନେ ସ୍ୱର ସାମ୍ରାଜ୍ଞୀ ଲତାଙ୍କ ସଂଗୀତ ଯୁଗେ ଯୁଗେ କାଳଜୟୀ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ନିକଟରେ ମୃତୁ୍ୟବରଣ କରିଥିବା ଅନ୍ୟତମ ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ବାଣୀଜୟରାମଙ୍କ ସ୍ମୃତି ଉଦ୍ଧେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ।
ଏହି ଅବସରରେ ପ୍ରଖ୍ୟାତ୍ ବାଦ୍ୟଗୁରୁ ଅବନୀକାନ୍ତ ଦାସ (ଗେନୁ)ଙ୍କ ସଂଯୋଜନାରେ ଆୟୋଜିତ ‘ଲତା ନାଇଟ୍- ୨୦୨୩’ ସଂଗୀତ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଲୋଭା ବିଶ୍ୱାଳ, ଛନ୍ଦା ମିଶ୍ର, ପ୍ରତିଭା ପ୍ରଧାନ, ସୀମା ମହାନ୍ତି, ରୀତିକା ରିମ୍ ଝିମ୍, ସୌରଭ ନାୟକ, ସିଦ୍ଧାନ୍ତ ଶତପଥି, ଅର୍ଣ୍ଣବ ପଣ୍ଡା, ଆଶିଷ ଦତ ପ୍ରମୁଖ ସୁଲଳିତ କଣ୍ଠରେ ଲତାଙ୍କ ଲୋକପ୍ରିୟ ସଂଗୀତ ପରିବେଷଣ କରିଥିଲେ । ଉଦୀୟମାନ ଭାଓଲିନ୍ ବାଦକ ରାକେଶ ବିଶ୍ୱାଳ ଭାଓଲିନ୍ ମାଧ୍ୟମରେ ଲତାଙ୍କ ସଂଗୀତର ସ୍ୱର ବାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଲସନ୍ ନଦୀମ୍ ସଂଯୋଜନା କରିଥିବା ସ୍ଥଳେ ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ଲୁଟୁ ମହାନ୍ତି, ରବୀନ୍ଦ୍ର ବିଶ୍ୱାଳ, ଶ୍ରୀଧର ମାର୍ଥା, ଜ୍ଞାନରଂଜନ ପ୍ରିୟଦର୍ଶନ, ଅତିଶ ରାଉତ୍ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published.