Tuesday , March 28 2023
Breaking News
Home / ଶିକ୍ଷା / ବାଜିରାଉତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ବାଜିରାଉତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ଭୁବନ ୦୬/୦୨/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ଉଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନେ ଆନ୍ତରିକତା ସହ ଏହି ଆତ୍ମରକ୍ଷା କୌଶଳ ତାଲିମ ନେଲେ ଆଗାମୀ ଭବିଷ୍ୟତରେ ନିଶ୍ଚିତ ଭାବେ ଏହାର ସୁଫଳ ପାଇବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅନୀଲ କୁମାର ଧୀର ଯୋଗଦେଇଥିଲେ । ପ୍ରୋଗ୍ରାମ ଅଫିସର ଅନ୍ନପୂର୍ଣ୍ଣା ବେହେରା ଙ୍କ ତତ୍ୱାବଧାନରେ ୧୧୧ ଜଣ ଛାତ୍ରୀ ଙ୍କୁ ମାଷ୍ଟର ଟ୍ରେନର ଭାଗ୍ୟବତୀ ସିଂହ ଜୁଡୋ , କରାଟେ ଶିକ୍ଷା ଦେଇଥିଲେ । ଉଦଯାପନୀ ଉତ୍ସବରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ଛାତ୍ରୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published.