Tuesday , March 28 2023
Breaking News
Home / ଶିକ୍ଷା / ଜିଲ୍ଲା ସ୍ତରୀୟ ହାଖାଥୋନ୍ ପ୍ରତିଯୋଗିତାରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅପୂର୍ବ ସଫଳତା

ଜିଲ୍ଲା ସ୍ତରୀୟ ହାଖାଥୋନ୍ ପ୍ରତିଯୋଗିତାରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅପୂର୍ବ ସଫଳତା

ଲକ୍ଷ୍ମୀପୁର, ୦୬/୦୨/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ସାରା ଓଡିଶାରେ ଗତ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରିୟ ହାକାଥୋନ୍-୨୩ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଲକ୍ଷ୍ମୀପୁର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅପୁର୍ବ ସଫଳ ହାସଲ କରି ଜିଲ୍ଲା ଓ ମହାବିଦ୍ୟାଳୟ ପାଇଁ ଖୁସି ଆଣି ଦେଇଛନ୍ତି। କୋରାପୁଟ ଜିଲ୍ଲା ସଦର ମହକୁମା ଠାରେ ଅନୁଷ୍ଠିତ ହାକାଥୋନ-୨୩ ପ୍ରତିଯୋଗିତାରେ  ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲା ବେଳେ କେବଳ ୩୦ଟି ପ୍ରକଳ୍ପ ମନନିତ ହୋଇଥିଲା। ସେଥି ମଧ୍ୟରେ ଲକ୍ଷ୍ମୀପୁର ମହା ବିଦ୍ୟାଳୟର +୨ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ୧୪ଟି ପ୍ରକଳ୍ପ ସ୍ଥାନ ପାଇ ସଫଳତା ହାସଲ କରିଥିଲା।ସଫଳତା ହାସଲ କରି ମହା ବିଦ୍ୟାଳୟ ପାଇଁ ଖୁସି ଆଣି ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ସହ ସେମାନଙ୍କୁ ଗାଇଡ୍ କରିଥିବା ଅଧ୍ୟାପକ ଯଶୋବନ୍ତ ଗରଡା,ଅଧ୍ୟାପକ କାହ୍ନୁ ଚରଣ ବିଶୋୟୀ,ଶୀତଳ ପ୍ରସାଦ ଦାସ,ତାରିଣୀ ପ୍ରସାଦ ଶତପଥୀ, ଅଧ୍ୟାପିକା ହେଲେନା ପ୍ରିୟଦର୍ଶିନୀ ସିଙ୍ଗ୍ ଓ ମଧୁସ୍ମିତା ବିଶ୍ଵାଳଙ୍କୁ ମହା ବିଦ୍ୟାଳୟର ଅଧକ୍ଷ ବୀରେନ ଶତପଥୀ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published.