Sunday , March 26 2023
Breaking News
Home / ବିଶେଷ / କବିତା ସଙ୍କଳନ ‘ବଉଳ ଦେଇଥା କାନ’ ଉନ୍ମୋଚିତ

କବିତା ସଙ୍କଳନ ‘ବଉଳ ଦେଇଥା କାନ’ ଉନ୍ମୋଚିତ

କେନ୍ଦ୍ରାପଡ଼ା, ୦୬/୦୨/୨୦୨୩ (ଓଡ଼ିଶା ସମାଚାର)- ଅବସରପ୍ରାପ୍ତ ସେନା ଅଧିକାରୀ ସୁବେଦାର ମେଜର ଭରତ ଚନ୍ଦ୍ର ଜେନାଙ୍କ ଚତୁର୍ଥ ପୁସ୍ତକ “ବଉଳ ଦେଇଥା କାନ” ୪୬ତମ ରାଜ୍ୟ ସ୍ତରୀୟ କବିତା ପାଠ, ସଙ୍କଳନ ଲୋକାର୍ପଣ ଏବଂ ସାରସ୍ୱତ ସମାରୋହ-୨୦୨୩ରେ ଶତାଦ୍ଧି ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ ଆନୁକୂଲ୍ୟରେ ପ୍ରକାଶିତ କବିତା ସଙ୍କଳନର ୭୪ଟି କବିତା ସମାହିତ ହୋଇଛି । ପୁସ୍ତକ ଉନ୍ମୋଚନ ଓ ପୂଜ୍ୟପୂଜା ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହରେ ଡଃ. ପ୍ରମୋଦ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଡଃ. ସଂଗ୍ରାମ କେଶରୀ ସାମନ୍ତରାୟ ମୁଖ୍ୟ ଅତିଥି, ଡଃ. ମନ୍ମଥ କୁମାର ପ୍ରଧାନ ମୁଖ୍ୟବକ୍ତା, ଡଃ. ରବୀନ୍ଦ୍ର କୁମାର ସାହୁ ଓ କବୟିତ୍ରୀ ସୁଜାତା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମେଜର ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡଃ. ଗିରିଜାଶଙ୍କର ଶ୍ରୀଚନ୍ଦନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କବି ଦେବରାଜ କିଷାନ, ଇଂ ହୃଷିକେଶ ଦଳାଇ, ରଞ୍ଜନ କୁମାର ସାହୁ, ହେମନ୍ତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.