Tuesday , March 28 2023
Breaking News
Home / ସ୍ୱାସ୍ଥ୍ୟ / କନ୍ଦରପୁର ଡାକ୍ତରଖାନା ଅବହେଳାର ସମାଧାନ ପାଇଁ ସିଡିଏମଙ୍କ ନିକଟରେ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ

କନ୍ଦରପୁର ଡାକ୍ତରଖାନା ଅବହେଳାର ସମାଧାନ ପାଇଁ ସିଡିଏମଙ୍କ ନିକଟରେ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ

କଟକ ସଦର, ୦୬/୦୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅଞ୍ଚଳର ପ୍ରମୁଖ କନ୍ଦରପୁର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଆଜି ସୋମବାର ଦିନ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ କଟକ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ପ୍ରକାଶ ଯେ ୧୫ ଗୋଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବା ଉକ୍ତ ଡାକ୍ତରଖାନାରେ ଦୀର୍ଘ ଦିନ ହେଲା ଡାକ୍ତର ନଥିବାରୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ଡାକ୍ତରଖାନାକୁ ୨୪ ଘଣ୍ଟା ଖୋଲା ରଖିବା ସହିତ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାକୁ ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସିଡିଏମଓ ଡଃ ସତ୍ୟବ୍ରତ ଛୋଟରାୟଙ୍କୁ ଭେଟି ଦାବି ଜଣାଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଜୟ ସାହୁ,ତାପସ ମଣ୍ଡଲ, ଦେବିପ୍ରସାଦ ପତି,ସୁରେଶ ଜେନା, ସନ୍ତୋଷ ଭୋଇ,ସଂଜୟ ସେଠୀ, ଆଲୋକ ସାମନ୍ତରାୟ, ଜୟନ୍ତ ଦାସ,ଦୀପକ ବେହେରା, ଲକ୍ଷ୍ମୀଧର ଜେନା, କାଳନ୍ଦୀ ବାରିକ, ନିରଞ୍ଜନ ରଣା,ଲଲାଟ ଚୈ।ପୁରୀ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published.