Sunday , March 26 2023
Breaking News
Home / ବିଶେଷ / ଓଡ଼ିଶାକୁ ୨୦୪୦ ମସିହା ସୁଦ୍ଧା ବିଶ୍ୱର ସବୁଜ ରାଜଧାନୀରେ ପରିଣତ କରିବାକୁ ପ୍ରେରଣା ଗ୍ରୀନଆର୍ମି କମାଣ୍ଡାମାନଙ୍କ ଶପଥ

ଓଡ଼ିଶାକୁ ୨୦୪୦ ମସିହା ସୁଦ୍ଧା ବିଶ୍ୱର ସବୁଜ ରାଜଧାନୀରେ ପରିଣତ କରିବାକୁ ପ୍ରେରଣା ଗ୍ରୀନଆର୍ମି କମାଣ୍ଡାମାନଙ୍କ ଶପଥ

ଭୁବନେଶ୍ୱର, ୦୬/୦୨/୨୦୨୩ (ଓଡ଼ିଶା ସମାଚାର)- ବର୍ତମାନ ସମଗ୍ର ବିଶ୍ୱର ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତନ, ବିଶ୍ୱତାପନ ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି । ଏହାଦ୍ୱାରା ଖୁବ୍ଶୀଘ୍ର ସମୁଦ୍ର ପତନ ବୃଦ୍ଧି ପାଇ ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର ଭାରତବର୍ଷର ବମ୍ବେ, କୋଚି ତଥା ଓଡ଼ିଶାର ପାରାଦ୍ୱୀପ ଆଦି ୫ ଫୁଟ ପାଣି ଭିତରେ ରହିବ ବୋଲି ବିଶ୍ୱ ପରିବେଶବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ଏପରିସ୍ଥଳେ ବ୍ୟାପକ ବୃକ୍ଷରୋପଣ ଓଡ଼ିଶା ମାଟିରୁ ଆରମ୍ଭ କରି ସମଗ୍ର ବିଶ୍ୱରେ ଓଡ଼ିଶାକୁ ସବୁଜ ରାଜଧାନୀରେ ପରିଣତ କରିବା ପାଇଁ ସୋମବାର ଦିନ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଆୟୋଜିତ ୩୦ଗୋଟି ଜିଲ୍ଲାର ଗ୍ରୀନ ଆର୍ମି କମାଣ୍ଡା, ୩୧୪ ବ୍ଲକର କମାଣ୍ଡା, ସମସ୍ତ ଏନଏସି ଓ ପଂଚାୟତର ଶହ ଶହ ଗ୍ରୀନ୍ ଆର୍ମିମାନେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏକତ୍ରିତ ହୋଇ ଶପଥ ଗ୍ରହଣ କରିଛନ୍ତି । ଏହି ଅଭିଯାନ ଆଜିଠାରୁ ଚାଲିବା ସହିତ ଓଡ଼ିଶାର ସହର ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ବୃକ୍ଷରୋପଣ ପାଇଁ ଏକ ବ୍ୟାପକ ଜନଜାଗରଣ ସୃଷ୍ଟି କରିବା ପାଇଁ ସେମାନେ ସଂକଳ୍ପ ନେଇଛନ୍ତି । ଏହି କାର୍ଯ୍ୟକ୍ରମ କ୍ୱେଟା ଫାଉଣ୍ଡେସନ ସହଯୋଗରେ ଆୟୋଜିତ ହୋଇଥିଲା ।
ଏହି ଉତ୍ସବରେ ଖଣ୍ଡପଡ଼ାର ବିଧାୟକ ତଥା ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଶ୍ରୀ ଅରୁପ ପଟ୍ଟନାୟକ, ବିଶିଷ୍ଟ ଚାଟାର୍ଡ଼ ଆକାଉଂଟାଂଟ ଶ୍ରୀ ସଞ୍ଜୟ ବେହୁରା, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ପ୍ରାଧ୍ୟାପିକା ଡ. ଭେଦୁଲା ରାମଲକ୍ଷ୍ମୀ, ପ୍ରାଧ୍ୟାପିକା ମଧୁସ୍ମିତା ଦାସ, ରମାଦେବୀ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଶ୍ରୀ ସୁଶାନ୍ତ ପଟ୍ଟନାୟକ, ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ସତ୍ୟବ୍ରତ ପାତ୍ର, ପୂର୍ବତନ ପ୍ରଶାସକ ଦେବେନ୍ଦ୍ର ପ୍ରସାଦ ଦାସ, ରାଜ୍ୟ ପାଇକ ଆଖଡ଼ା ସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ବହୁ ବୁଦ୍ଧିଜୀବୀ ଅତିଥି ରୂପେ ଯୋଗ ଦେଇ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୫୦୦ରୁ ଉଦ୍ଧ୍ୱର୍ ଗ୍ରୀନ୍ କମାଣ୍ଡାମାନଙ୍କୁ ଶପଥ ଦେବା ସହ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ପୃଥିବୀର ପ୍ରଥମ ସବୁଜ ଦମ୍ପତି ଇଂ ତୁଷାରକାନ୍ତ ମହାନ୍ତି ଓ ନିବେଦିତା ମହାନ୍ତିଙ୍କ ୨୫ବର୍ଷ ବିବାହ ବାର୍ଷିକୀ ମହାସମାରୋହରେ ପାଳନ କରାଯିବା ସହିତ ୨୫ ଗୋଟି ବୃକ୍ଷରୋପଣ କରାଯିବା ସହ ସେମାନେ ପ୍ରେରଣା ଟ୍ରି ବ୍ୟାଙ୍କଙ୍କୁ ୨୫୦୦ ବୃକ୍ଷ ପ୍ରଦାନ କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବର ପ୍ରାରମ୍ଭରେ ଗ୍ରୀନ୍ ଆର୍ମିମାନେ ଏକ ଶୋଭାଯାତ୍ରାରେ ମାଷ୍ଟରକ୍ୟାନଟିନ ଛକରୁ ବାହାରି ଗୀତ ଗୋବିନ୍ଦ ସଦନ ପର୍ଯ୍ୟନ୍ତ ଯାଇ ଶପଥ ଗ୍ରହଣ କରିଥିଲେ ।

Leave a Reply

Your email address will not be published.