Tuesday , March 28 2023
Breaking News
Home / କ୍ରୀଡ଼ା / ଆଜାଦ କ୍ଲବ ପକ୍ଷରୁ ସର୍ବ ଭାରତୀୟ ସ୍ଥରର ଫୁଟବଲ ଟୁର୍ଣ୍ଣାମେଂଟପାଇଁ ପ୍ରସ୍ତୁତି

ଆଜାଦ କ୍ଲବ ପକ୍ଷରୁ ସର୍ବ ଭାରତୀୟ ସ୍ଥରର ଫୁଟବଲ ଟୁର୍ଣ୍ଣାମେଂଟପାଇଁ ପ୍ରସ୍ତୁତି

କେନ୍ଦ୍ରାପଡ଼ା, ୦୬/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଫକିରାବାଦସ୍ଥିତ ସର୍ବପୁରାତନ ଆଜାଦ କ୍ଲବର ୭୫ବର୍ଷ ପୂର୍ତି ଅବସରରେ କ୍ଲବର ପୁରାତନ ଖେଳାଳୀ ସ୍ୱର୍ଗତଃ ଅବୁ ୱାହୀଦଙ୍କ ସ୍ମୃତି ଉଦେଶ୍ୟରେ ଏକ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଂଟ କେନ୍ଦ୍ରାପଡାରେ ଆୟୋଜନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଉପଲକ୍ଷେ କ୍ଲବ ଗୃହରେ ସଭାପତି ତଥା ପୂର୍ବତନ ବରିଷ୍ଠ କାଉନସିଲର ହିବଜୁର ରହେମାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୧୧,୧୨,୧୩ ଓ ୧୪ତାରିଖ ୪ଦିନ ଧରି କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଏକ ଦିବାରାତ୍ର ସର୍ବ ଭାରତୀୟ ସ୍ଥରର ଅବୁ ୱାହିଦ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ଏହି ଫୁଟବଲ ଟୁର୍ଣ୍ଣାମେଂଟରେ ସର୍ବଭାରତୀୟ ସ୍ଥରର ଟିମ ଗୁଡିକ ଯଥା ଧାନବାଦ ଏଫ.ସି. ଝାଡଖଣ୍ଡ, ହାଇଦ୍ରାବାଦ ଏଫ.ସି., ଭୁବନେଶ୍ୱରର କିଶୋର କ୍ଲବ, କେନ୍ଦ୍ରାପଡାର ସୂରଜ ସ୍ପୋଟିଂ କ୍ଲବ, ଭୁବନେଶ୍ୱରର କଳିଙ୍ଗ କ୍ଲବ, କଟକର ବିଡାନାସୀ କ୍ଲବ, ଭୁବନେଶ୍ୱରର ଗଣ୍ଡରପୁର କ୍ଲବ ଓ କେନ୍ଦ୍ରାପଡାର ଚାନ୍ଦ କ୍ଲବ ପ୍ରଭୃତି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୪ତାରିଖ ଅପରାହ୍ନରେ କଟକ ଓ କେନ୍ଦ୍ରାପଡା ଜିଲା ମଧ୍ୟରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ବୈଠକରେ କ୍ଲବର ସମ୍ପାଦକ ସେଖ ଲିଆକତ ଅଲ୍ଲୀ, ଉପସଭାପତି ମହମ୍ମଦ ନିଆଜ, ସହସମ୍ପାଦକ ମୀର ବକାଉଲ୍ଲା, ବରିଷ୍ଠ ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ସେକ ସିରହାନ ଅଲୀ, ଜାହିଦ ଖାଁ, ମିର ଖୁବେର, ଟିକା ଖାଁ, ମହମ୍ମଦ ଅମୀର, ଅବଦୁଲ ମଜିଦ, ଅମିର ମହମ୍ମଦ, ଜୁମା ଖାଁ, ଅକିଲ ଅହେମଦ, ସେକ ସାହାବୁଲ୍ଲା, ମହମ୍ମଦ ଜାକିର, ସେକ ସଫାତୁଲ୍ଲା, ତାଜୁଦ୍ଧିନ ଖାଁ, ମିର ଅବୁସମା, ନଫିସ ଅହେମଦ, ନୁର ଖାଁ, ସେକ ଫରହାନ, ପ୍ରଦୀପ କୁମାର ବେହେରା, ରବିନ୍ଦ୍ର ବେହେରା, ସେକ ନୋଲି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published.