ଲକ୍ଷ୍ମୀପୁର, ୦୬/୦୨/୨୦୨୩ (ଓଡିଶା ସମାଚାର)- ପ୍ରତ୍ୟେକ ବର୍ଷ ଦକ୍ଷିଣ ଓଡିଶାର ସବୁଠାରୁ ବଡ ଠାକୁରାଣି ଯାତ୍ରା ଭାବେ ପ୍ରସିଦ୍ଧ ଅର୍ଜନ କରିଥିବା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ଅଧିଷ୍ଠାତ୍ରୀ ଦେବୀ ମା ଅଗ୍ନୀ ଗଙ୍ଗା ମାଙ୍କ ନବ ଦିନ ଧରି ଘଟ ଯାତ୍ରା ଅନୁଷ୍ଠିତ ହେବା ପରେ ଜିଲ୍ଲାରେ ଥିବା ଅଧିକାଂଶ ବ୍ଲକର ଗ୍ରାମ ଗୁଡିକରେ ଗ୍ରାମ ଦେବଷଙ୍କ ଯାତ୍ରା ଅନୁଷ୍ଠିତ ହୁଏ।ଏଇ କ୍ଷେତ୍ରରେ ଆଜି ଅଗ୍ନୀ ଗଙ୍ଗା ମାଙ୍କ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ସମାନ୍ନୀତ ଅତିଥି ଭାବେ ବିଡିଓ ଆକାଶ ପଟନାୟକ,ତହସିଲଦାର୍ ସଦାଶିବ ଭତ୍ରା ଯୋଗ ଦେଇଥିଲେ।ପୁରୁଣା ପୂଜା କମିଟିକୁ ବଦଳାଇ ନୂତନ କମିଟି ଗଠନ କରାଜାଉ ବୋଲି ଉକ୍ତ ବୈଠକରେ ଉପସ୍ଥିତ ଗ୍ରାମ ବାସି ମାନେ ଅଭିଯୋଗ କରିଥିଲେ।
ପ୍ରତି ବର୍ଷ ଠାକୁରାଣିଙ୍କ ଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଟଙ୍କା ଓ ସୁନା,ରୂପା ଆଦି ଭକ୍ତ ମାନେ ଦାନ ଆକାରରେ ହୁଣ୍ଡିରେ ପକାନ୍ତି। ହେଲେ ଦାନ ହୁଣ୍ଡିରୁ ମିଳିଥିବା ଦାନ ଅର୍ଥର ହିସାବ ଆଜିଯାଏଁ ମିଳି ପାରି ନଥିବା ବେଳେ ପ୍ରଥମେ ତାର ହିସାବ କରାଯାଉ ବୋଲି ବୈଠକରେ ଆଲୋଚନା ହୋଇଥିଲା।ସେହିପରି ବନ୍ଧୁଗାଁ ବ୍ଲକରେ ଥିବା ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ଓ ବୁଦ୍ଧି ଯିବି ମାନଙ୍କୁ ନେଇ ଚଳିତ ବର୍ଷର ଯାତ୍ରା ପରିଚାଳନା କରାଯାଉ ବୋଲି ଉପସ୍ଥିତ ଭଦ୍ର ମଣ୍ଡଳି ମାନେ ପ୍ରକାଶ କରିଥିବା ବେଳେ ଆସନ୍ତା ୧୪ ତାରିଖରେ ପୁଣି ଏକ ବୈଠକ କରାଯାଇ ନିଷ୍ପତି ନିଆ ଯିବ ବୋଲି ଅତିଥି ମାନେ କହିଥିଲେ।ପରେ ସର୍ବ ସହମତି କ୍ରମେ ଆସନ୍ତା ମାସ ୬ ତାରିଖରୁ ଯାତ୍ରା ଆରମ୍ଭ ହୋଇ ୧୫ ତାରିଖରେ ଶେଷ କରିବାକୁ ନିଷ୍ପତି ନିଆ ଯାଂଇଥିଲା।ଏଥିରେ ପୁରୁଣା କମିଟି ସଦସ୍ୟଙ୍କ ସମେତ ଅଞ୍ଚଳର ଅନେକ ଲୋକ ଯୋଗ ଦେଇଥିଲେ।