Tuesday , March 28 2023
Breaking News
Home / କ୍ରୀଡ଼ା / ୧୧ତମ ପରମେଶ୍ବର ମହାପାତ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କେଶରପୁର ବିଜୟୀ

୧୧ତମ ପରମେଶ୍ବର ମହାପାତ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କେଶରପୁର ବିଜୟୀ

ନିରାକାରପୁର, ୦୫ /୦୨/୨୦୨୩ (ଓଡ଼ିଶା ସମାଚାର)-ବାବା ନୀଳକଣ୍ଠେସ୍ୱର କ୍ରିକେଟ କ୍ଲବ ରମାବିଲ ଆନୁକୁଲ୍ୟରେ ୧୧ତମ ପରମେଶ୍ବର ମହାପାତ୍ର ମେମୋରିଆଲ କ୍ରିକେଟ ଟ୍ରୁନିଆମେଣ୍ଟ ଖୋର୍ଦ୍ଧା ଜିଲ୍ଲାର ରମାବିଲ ଗ୍ରାମ ଠାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ବାବା ନିଳକଂଣ୍ଠେଶ୍ୱର୍ କ୍ରିକେଟ କ୍ଲବ, ରମାବିଲ ଓ ମା ଜୟଦୂଗା କ୍ରିକେଟ କ୍ଲବ କେଶର ପୁର ମଧ୍ୟ ରେ ଖେଳା ଯାଇଥିଲା ।ଟଚ୍ ଜିତି ରମାବିଲି ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇ ଥିଲା ୨୦ଓଭର୍ ଖେଳି ସମସ୍ତ ୱିକେଟ୍ ହରାଇ ୮୭ରନ୍ ସଂଗ୍ରହ କରିଥିଲା , କେଶର ପୁର ୧୬ ଓଭର୍ ରେ ୬ୱିକେଟ୍ ହରାଇ ୮୮ରନ୍ କରି ବିଜୟୀ ହୋଇଥିଲା।ଏହି ମ୍ୟାଚ୍ କୁ ସେଧସ୍ୱର୍ ସାମନ୍ତରାୟ ଓ ସତ୍ୟବ୍ରତ ପ୍ରଧାନ ପରିଚାଳନା କରିଥଲେ। ସ୍କୋର ବୋର୍ଡ ଓ ଧାରା ବିବରଣି ପ୍ରଦାନ ରେ ଭାଗିରଥି ଚଂପତିରାୟଓ ଶ୍ରୀନିବାସ ସାମନ୍ତରାୟ ସହଯୋଗ କରିଥିଲେ । ଏହି ମ୍ୟାଚରେ କେଶରପୁର ଟିମ୍ ର ଅଧିନାୟକ ମାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

Leave a Reply

Your email address will not be published.