Tuesday , March 28 2023
Breaking News
Home / ଶିକ୍ଷା / ଲକ୍ଷ୍ମୀପୁର ବ୍ଲକର ଦଶ ଜଣ ଶିକ୍ଷକ ଓ ଶିକ୍ଷତ୍ରୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର ବ୍ଲକର ଦଶ ଜଣ ଶିକ୍ଷକ ଓ ଶିକ୍ଷତ୍ରୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର, ୦୫ /୦୨/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଶିକ୍ଷକ ସଂଘ ସଭାପତି ଦୟା ଗରଡାଙ୍କ ଅଧ୍ୟକ୍ଷତାରେ କୁସୁମଗୁଡା ହାଇସ୍କୁଲ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଯାଇଛି।ସର୍ବ ପ୍ରଥମେ ବିଦ୍ୟା ଦାତା ଶ୍ରୀଗଣେଷଙ୍କ ପ୍ରତି ମୁର୍ତୀ ଆଗରେ ଅତିଥି ମାନଙ୍କ ଦ୍ଵାରା ପୂଜାର୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରତୀରଞ୍ଜନ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଇଓ କୈଳାଶ ଚନ୍ଦ୍ର ବେହେରା,ଏବିଇଓ ପ୍ରିୟମ୍ବଦା ପାତ୍ର,ରାଜ୍ୟ ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁଳଦିପ୍,ଜିଲ୍ଲା ଶିକ୍ଷକ ସଂଘ ସଭାପତି ତ୍ରିନାଥ ହରିଜନ, ଉପ ସଭାନେତ୍ରୀ ବୈଜୟନ୍ତି ମାଳା ଖୋସଲା ,ଲକ୍ଷ୍ମୀପୁର ବ୍ଲକ ଉପ ସଭାପତି ନିରଞ୍ଜନ ନାୟକ,ପ୍ରମିଳା ଇକ୍କା,ସଂଗଠନ ସମ୍ପାଦକ ଏଲେଙ୍କି ରମେଶ କୁମାର,ଯୁଗ୍ମ ସଂମ୍ପାଦକ ବଳରାମ କନ୍ଦପାନ୍,ଭାସ୍କର ସୂଚେନ ଓ କୁସୁଗୁମଗୁଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂଷଣ ଟାକିରି ପ୍ରମୁଖ ମଞ୍ଚାସିନ ଥିଲେ।ମଞ୍ଚସ୍ଥ ଥିବା ଅଧିକାରି ମାନେ ଅବସର ଗ୍ରହଣ କରିଥିବା ଦସ ଜଣ ଶିକ୍ଷକ ଓ ଶିକ୍ଷତ୍ରୀ ଭଗବାନ ଖଟେଇ,ବିରେନ୍ କୁମାର କର,ପ୍ରଫୁଲ କୁମାର  ମହାପାତ୍ର,ପ୍ରକାଶ ଚନ୍ଦ୍ର ଚୌଧୁରି,ହରିଶ୍ଚନ୍ଦ୍ର ବିଷୋଇ,ଦମୟନ୍ତି ସାମଲ୍,ଗୋଲାପବାଳା ସ୍ବାଇଁ, ଅଞ୍ଜଳି ମହାପାତ୍ର,କଳ୍ପନା ମଞ୍ଜୁରି ପରିଡା, ଲବଙ୍ଗଲତା ବେହେରାଙ୍କୁ ମାନପତ୍ର ସହ ଉପ ଢୌକନ ପ୍ରଦାନ କରି ଚାକିରି ପରବର୍ତୀ ଜିବନ ସୁଖ ମୟରେ କଟୁ ବୋଲି ପ୍ରକାଶ କରିଥିଲେ।ଏହି କ୍ଷେତ୍ରରେ ଶିକ୍ଷକ ସରୋଜ କୁଲଦିପ,କାହ୍ନୁ ଚରଣ ସାହୁ ଭଜନ ପରିବେଷଣ କରିଥିବା ବେଳେ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଟେକ ସାହି ପ୍ରାଥମିକ ବିଦ୍ୟାଳୟର ଦୃଷ୍ଟିହିନ ଶିକ୍ଷକ ମନରଞ୍ଜନ ସାମନ୍ତଙ୍କ ଏକ ଗୀତରେ ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରୀ ମାନେ ଭାବ ବିହୁଳ ହୋଇ ପଡିଥିଲେ।ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ପାଣିଗ୍ରାହୀ ମଞ୍ଚପରିଚାଳନା କରିଥିବା ବେଳେ ବ୍ଲକର ଅନେକ ଶିକ୍ଷକ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published.