Tuesday , March 28 2023
Breaking News
Home / ରାଜନୀତି / ଯୋଗ୍ୟ ହିତାଧିକାରିଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ବିଜେପିର ଦାବି ପତ୍ର ପ୍ରଦାନ

ଯୋଗ୍ୟ ହିତାଧିକାରିଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ବିଜେପିର ଦାବି ପତ୍ର ପ୍ରଦାନ

ଲକ୍ଷ୍ମୀପୁର, ୦୫ /୦୨/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଠାରେ ଯୋଗ୍ୟ ହିତାଧିକାରି ମାନେ ଆବାସ ଯୋଜନାରୁ ବାଦ ପଡିଥିବାକୁ ନେଇ ମଣ୍ଡଳ ସଭାପତି ନିଳକଣ୍ଠ ହାଲବାଙ୍କ ନେତୃତ୍ଵରେ ବିଜେପି ଦଳ ରାସ୍ତାକୁ ଓହ୍ଲାଇଛି।ଏନେଇ ଲକ୍ଷ୍ମୀପୁର ବ୍ଲକ କାର୍ୟ୍ୟାଳୟରେ ପହଁଚିକରି ବିଡିଓ ପ୍ରିତୀରଞ୍ଜନ ରଥଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଏଥିରେ ଯୋଗ୍ୟ ହିତାଧିକାରିଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ଉଲେଖ ରହିଛି।ଦାବି ପତ୍ର ପ୍ରଦାନ ସମୟରେ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ,ରାଷ୍ଟ୍ରୀୟ ଆଦିବାସୀ ମୋର୍ଚା ସାଧାରଣ ସମ୍ପାଦକ କାଳିରାମ ମାଝି,ଜିଲ୍ଲା ଉପ ସଭାପତି ନକୁଳ ବିସୋଇ,ଅଗସ୍ତି ହାଲବା,ଟଙ୍କଧର ବିସୋଇ,ଟଙ୍କଧର ସାହୁ,ବାମ ଦେବ ତୁରୁକ୍,ଉଦୟ ହିକକା,ଅନନ୍ତ ହୁଇକା,ବାବୁଲା ମହାରଣାଙ୍କ ସମେତ ଅନେକ ବିଜେପି କର୍ମି ସାମିଲ ଥିଲେ।ଏନେଇ ଲକ୍ଷ୍ମୀପୁର ବିଡିଓଙ୍କୁ ପଚାରିବାରୁ ୨୦୧୯ ସର୍ଭେ ମୁତାବିକ ୪୮୭୦ ଜଣ ହିତାଧିକାରିଙ୍କ ନାମ ଅନୁମୋଦିତ ହୋଇଥିବା ବେଳେ ପ୍ରଥମ ପର୍ୟାୟରେ ୨୨୩୨ ଜଣଙ୍କ ନାମ ତାଲିକାରେ ରହିଛି। ଦ୍ୱିତିୟ ପର୍ୟ୍ୟାୟରେ ବାକି ହିତାଧିକାରିଙ୍କ ନାମ ପ୍ରକାଶ ପାଇବ ବୋଲି ବିଡିଓ ଶ୍ରୀଯୁକ୍ତ ରଥ କହିଛନ୍ତି।

Leave a Reply

Your email address will not be published.