ଖୋର୍ଦ୍ଧା,୫/୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) : ଆଜି ଟାଙ୍ଗୀ ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ସଭାପତିତ୍ବ କରିଥିବା ବେଳେ, ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ସାଂସଦ ମହୋଦୟା ରାଜ୍ୟ ସରକାରଙ୍କର ଦୁର୍ନୀତିମୂଳକ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିଥିବା ବେଳେ କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚେଇବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସତ୍ୟ ନାରାୟଣ ପରିଡା, ନିକୁଞ୍ଜ ପଟ୍ଟନାୟକ, ସମରଜିତ ଜେନା, ମିତ୍ରଭାନୁ ସୁବୁଦ୍ଧି, ମଞ୍ଜୁଲତା ଇନ୍ଦ୍ରଜିତ,ରୋଜିନା ରାଣୀ ଦାସ,ପବିତ୍ର ହରିଚନ୍ଦନ, ରଘୁନାଥ ସାହୁ, ଜୟଦେବ ବେହେରା, ଭଗବାନ ସେଠ, ପ୍ରଶାନ୍ତ ବେହେରା, ନବଘନ ସାହୁ, ରମେଶ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ ।
ସର୍ବ ଶେଷରେ ସାଂସଦ ପ୍ରତିନିଧି ହେମନ୍ତ କୁମାର ବେହେରା ଅର୍ପଣ କରିବା ଅବସରରେ ମଲାଗୁଣି ବ୍ୟାରେଜ ରୁ ଜଳ ନିଷ୍କାସନ ବନ୍ଦ କରିବା,ଟାଙ୍ଗୀ ପଂଚାୟତ କୁ NAC ର ମାନ୍ୟତା ଦେବା ଏବଂ ଟାଙ୍ଗୀ ମେଡିକାଲ ରେ ଅଣଓଡ଼ିଆ ଡାକ୍ତରଙ୍କ ବଦଳରେ ଓଡ଼ିଆ ଡାକ୍ତର ଙ୍କ ନିଯୁକ୍ତି ଦେବା ପାଇଁ ମାନ୍ୟବାର ସାଂସଦ ଙ୍କୁ ଅନୁରୋଧ କରିଥିଲେ ।