ଖୋର୍ଦ୍ଧା, ୦୫ /୦୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ମା ବରୁଣେଇଙ୍କ ପୀଠରେ ଖୋର୍ଦ୍ଧା ଜିଲ୍ଲା ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଦୀର୍ଘ ଏକ ବର୍ଷର ଦାବି କୁ ସରକାର ଗତ କ୍ୟାବିନେଟରେ ପୂରଣ କରିଥିବାରୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ , ଗଣଶିକ୍ଷା ମନ୍ତ୍ରୀ ଓ ବିଜେଡ଼ି ସାଂଗଠନିକ ସମ୍ପାଦକ ବବି ଦାସଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା। ଏଥିରେ ପ୍ରମୁଖ ଦାୟିତ୍ୱରେ ଥିବା ଉଭୟ ବିଭାଗର ସଚିବ, ଅଧିକାରୀ , ଓଷ୍ଟାର ସମ୍ପାଦକ ପ୍ରକାଶ ମହାନ୍ତି, ୪୮୮ ବର୍ଗ ସଂଘ ସଭାପତି ପବିତ୍ର ମହଲା ଓ ଆବାହକ ପ୍ରମୋଦ କୁମାର ହୋତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଆଗାମୀ ଦିନ ରେ ରାଜ୍ୟ ସଙ୍ଗଠନ ଦ୍ଵାରା ଡାକରା ଯାଇଥିବା ଆନ୍ଦୋଳନରେ ଯୋଗ ନ ଦେବାକୁ ଅନୁରୋଧ କରାଗଲା। ଏହି ବୈଠକ ସଭାପତି ସୂର୍ୟ୍ୟକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବାବେଳେ ହେମନ୍ତ କୁମାର ଶତପଥୀ, ସମ୍ପାଦକ ପ୍ରଦୀପ ମଙ୍ଗରାଜ, କୋଷାଧ୍ୟକ୍ଷ ସୁଶାନ୍ତ ରାଉତ, ଜିତେନ୍ଦ୍ର ସାମନ୍ତରାୟ, ଅର୍ଜୁନ ମଙ୍ଗରାଜ, ସମୀର କୁମାର ରାଉତରାୟ, ଶ୍ରୀନିବାସ ଛୋଟରାୟ, ହିମାଂଶୁ ଭୁଷଣ ଚମ୍ପତିରାୟ ଓ ଜଗନ୍ନାଥ ଜେନାଙ୍କ ସମେତ ବହୁ ସଂଖ୍ୟାରେ କର୍ମଚାରୀମାନେ ସାମିଲ ହୋଇଥିଲେ ।