Sunday , March 26 2023
Breaking News
Home / ବିଶେଷ / ଉତ୍କଳ ଗୌରବ ମଧୁବାବୁ ଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ ପାଇଁ ଦାବି ଜଣାଇଲେ ବିଶିଷ୍ଟ ବ୍ୟକ୍ତି

ଉତ୍କଳ ଗୌରବ ମଧୁବାବୁ ଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ ପାଇଁ ଦାବି ଜଣାଇଲେ ବିଶିଷ୍ଟ ବ୍ୟକ୍ତି

ସାଲେପୁର,୦୫ /୦୨/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )-କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ  ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ସମାରୋହ ମଧୁସୁଦନ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି। ଶନିବାର ସନ୍ଧ୍ୟା ରେ ଜନ୍ମମାଟି ରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ  କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ  ଚନ୍ଦ୍ର ଦଳେଇ ମୁଖ୍ୟ ଅତିଥି ରାଜସ୍ବ ବିପର୍ୟ୍ୟୟ ପ୍ରଶମନ ବିଭାଗ ର ସ୍ଵତନ୍ତ୍ର ସଚିବ ଅଭୟ ନାୟକ ମୁଖ୍ୟବକ୍ତା ଓ ବରିଷ୍ଠ ସାହିତ୍ୟିକ,ପ୍ରାକ୍ତନ ଅଧ୍ୟାପକ,ବାଗ୍ମୀ,ବର୍ଷୀୟାନ କବି ତଥା ବରିଷ୍ଠ ଓଡ଼ିଶା ଅର୍ଥ ସେବା ଅଧିକାରୀ ପ୍ରଶାସକ ସଚ୍ଚିଦାନନ୍ଦ ବେହେରା ଓ ଅନୁଷ୍ଠାନ ର ସଭାପତି ପ୍ରଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ଥିଲେ ।ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ବେହେରା କହିଥିଲେ ମଧୁ ବାବୁ  ହେଉଛନ୍ତି ଓଡ଼ିଆ ଜାତି ର ବିନ୍ଧାଣୀ ଓ ଅଧିନାୟକ । ସବୁ କ୍ଷେତ୍ର ରେ ଓଡ଼ିଶା ପାଇଁ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ଭାଷା ଭିତ୍ତିକ ଆନ୍ଦୋଳନ ର ସେ ଥିଲେ ମୁଖ୍ୟ ପୁରୋଧା ।ତାଙ୍କର ଅବଦାନ କୁ ଏ ଜାତି କେବେ ଭୁଲି ପାରିବ ନାହିଁ। ସ୍ଵତନ୍ତ୍ର ସଚିବ ଅଭୟ ନାୟକ ମଧୁ ବାବୁ ଙ୍କ ପ୍ରତିଟି ଅବଦାନ କୁ ଚୁମ୍ବକ ରେ ସାଉଁଟି ବଖାଣି ଥିଲେ ତାଙ୍କ ତ୍ୟାଗ ବଳିଦାନ ସମର୍ପଣ ର କଥା କହୁ କହୁ ଭାବ ବିହ୍ୱଳ ହୋଇ ଯାଇଥିଲେ।

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରଶ ଚନ୍ଦ୍ର ଦଳେଇ କହିଥିଲେ ପ୍ରଥମ ହେବାକୁ ଚେଷ୍ଟା କର ଗର୍ବ ରେ ନିଜ କୁ ଓଡ଼ିଆ କହିବାକୁ ଚେଷ୍ଟା କର ସ୍ଵାଭିମାନ କୁ ବଜେଇ ରଖ ଏହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ।

ସମସ୍ତେ ଦାବି କରିଥିଲେ କେବେ ମଧୁ ବାବୁ ଙ୍କୁ ମରଣୋତର ଭାବରେ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ !!

Leave a Reply

Your email address will not be published.