Sunday , March 26 2023
Breaking News
Home / ବିଶେଷ / ୧୦ ମାସ ବିତିଲା,ଆଉ କେତେ ଦିନ କାମଚଳା ଅଧ୍ୟକ୍ଷଙ୍କ ହାତରେ ରହିବ କଟକ ସଦର ପଞ୍ଚାୟତ ସମିତି

୧୦ ମାସ ବିତିଲା,ଆଉ କେତେ ଦିନ କାମଚଳା ଅଧ୍ୟକ୍ଷଙ୍କ ହାତରେ ରହିବ କଟକ ସଦର ପଞ୍ଚାୟତ ସମିତି

କଟକ ସଦର, ୦୪/୦୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ଏକମାତ୍ର କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଦୀର୍ଘ ୧୦ ମାସ ହେଲା ଖାଲି ପଡିଥିବା ବେଳେ ଏଠାରେ ବିଧି ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡ଼ିଥିବା ଅଭିଯୋଗ ହେଉଛି। ସେଥିରେ ପଦବୀ ପୁରଣ କରାନଯାଇ କାହା ଚାପରେ ଏବଂ କାହା ସ୍ୱାର୍ଥରେ ସରକାର କାମଚଳା ଅଧ୍ୟକ୍ଷଙ୍କ ହାତରେ ସମିତିକୁ ଟେକି ଦେଇ ଚୁପ୍ ହୋଇ ବସିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୂଚନାଯୋଗ୍ୟ ଯେ ଗତିରାଉତପାଟଣା ପଞ୍ଚାୟତର ପୂର୍ବତନ ସରପଂଚ ବିଷ୍ଣୁପ୍ରିୟା ରାଉତ ଏଠାରୁ ୨୦୨୨ ରେ ଅପ୍ରତିଦ୍ଵନ୍ଦୀ ସମିତି ସଭ୍ୟା ଭାବେ ଜିତି ସେହି ଅପ୍ରତିଦ୍ଵନ୍ଦୀ ଭାବେ ସମିତି ଅଧ୍ୟକ୍ଷା ଆସନ ଅଳଙ୍କୃତ କରିଥିଲେ।ହେଲେ ଏପ୍ରିଲ ୨୧ ରେ ତାଙ୍କର ଅକାଳ ବିୟୋଗ ଘଟିବାରୁ ଦୁଇଟି ଯାକ ଆସନ ଖାଲି ହୋଇଥିଲା।ହେଲେ ଆଗ ସମିତି ସଭ୍ୟା ପାଇଁ ନିର୍ବାଚନ କରାନଯାଇ ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ କରାଯିବାକୁ ସରକାରଙ୍କ ପକ୍ଷରୁ ଦୁଇ ଥର ଉଦ୍ୟମ କରାଯାଇଥିଲା ବେଳେ ସମିତି ସଭ୍ୟ/ସଭ୍ୟା ମାନଙ୍କ ଅନୁପସ୍ଥିତି ଯୋଗୁଁ ଫଳପ୍ରଦ ହୋଇପାରି ନଥିଲା। ଶେଷରେ ଦାବି ଆଗରେ ହାରମାନି ଆଗ ସମିତି ସଭ୍ୟା ନିର୍ବାଚନ କରାଯାଇ ଥିଲା ବେଳେ ଆଉ ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ କରାନଯାଇ ମନୋନୟନ ପ୍ରକ୍ରିୟାରେ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ହେଲେ ଘୋଷଣାକୁ ତିନି ମାସ ପୁରିଥିଵା ବେଳେ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ମନୋନୟନର ରୂପରେଖ କ’ଣ ହେବ ତାହା ସ୍ପଷ୍ଟ ହେଉନଥିବାରୁ ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି।

Leave a Reply

Your email address will not be published.