ଲକ୍ଷ୍ମୀପୁର. ୦୪/୦୨/୨୦୨୩ (ଓଡିଶାସମାଚାର/ପ୍ରମୋଦ କୁମାର ଜେନା)- ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟନାୟକଙ୍କ ସହ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ୍ କୋରାପୁଟ ସର୍କିଟ ହାଉସ ଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର ଅଭିଯୋଗ ଗ୍ରହଣ କରିଛନ୍ତି।ଏହି ଅବସରରେ ଓଡିଶା ୟୁନିୟନ ଅଫ୍ ଜୋର୍ନାଲିଷ୍ଟ ସହ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଦିଲିପ ମହାନ୍ତିଙ୍କ ନେତୃତ୍ୱରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ପତ୍ରରେ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା,ଟ୍ରେନ ଓ ବସ ରେ ସାମ୍ବାଦିକ ଓ ତାଙ୍କ ପରିବାର ପାଇଁ ରିହାତି,ସ୍ଵାସ୍ଥ୍ୟ ବୀମାରେ ବାପା ଓ ମାଙ୍କୁ ସାମିଲ କରିବା ସହ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା,ସାମ୍ୱାଦିକ ଅଧିସ୍ୱିକୃତି ପାଇଁ ତୁରନ୍ତ କମିଟି ଗଠନ ଭଳି ଦାବି ଉଲେଖ ରହିଛି।ଦାବି ପତ୍ର ପ୍ରଦାନ ସମୟରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା,କୋରାପୁଟ ଜିଲ୍ଲାପାଳ ମହମଦ ଅବଦୁର୍ ଅଖତର,କୋରାପୁଟ ଜିଲ୍ଲା ସାମ୍ଵାଦିକ ସଂଘ ଉପଦେଷ୍ଟା ପରୀକ୍ଷିତ ବିଶ୍ଵାଳ,ରାଜ୍ୟ ସାଂଗଠାନିକ ସମ୍ପାଦକ ମନୋଜ ପଟ୍ଟନାୟକ,କାର୍ୟ୍ୟକାରି ସଭାପତି ରଞ୍ଜନ କୁମାର ଦାସ,ପୁର୍ବତନ ସଭାପତି ଭବାନୀ ଶଙ୍କର ମିଶ୍ର,ସଂଘ ସଦସ୍ୟ ସନ୍ତୋଷ ପଲେଇ,ଭଗବତୀ ଆଚାରି,ଜିତେନ୍ଦ୍ର ମିଶ୍ର,ନିଶାପତି ନାୟକ,ନାରାୟଣ କୁଲଦିପ, ଶିବଶଙ୍କର ରାଉଳ, ପ୍ରମୁଖ ଉପସ୍ଥିତ ଥିଲେ।