ରାଉରକେଲା,୦୪/୦୨/୨୦୨୩ (ଓଡ଼ିଶା ସମାଚାର)- ରାଉରକେଲା ରେ ଘଟିଛି ଡ଼ବଲ ମର୍ଡ଼ର । ସାରନଗରୀ କନଷ୍ଟ୍ରକ୍ସନ କଲୋନିର ଏକ ପରିତ୍ୟକ୍ତ ଘରେ ଦୁଇ ସାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଉଛନ୍ତି ସାରନଗରୀ ଲାଲଟାଙ୍କିର ସଞ୍ଜୟ ଦାସ (୩୦) ଓ ଇନ୍ଦ୍ରଜିତ ସ୍ବାଇଁ (୩୪)। ଟାଙ୍ଗରପାଲି ପୁଲିସ ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ପଠାଇ ଘଟଣାର ତଦନ୍ତ କରୁଛି।