Tuesday , March 28 2023
Breaking News
Home / ତାଜା ଖବର / ପାଇପଲାଇନ କାମବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ଜଣ ଶ୍ରମିକଙ୍କର ମୃତ୍ୟୁ, ୩ଜଣ ଗୁରୁତର ଆହତ

ପାଇପଲାଇନ କାମବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ଜଣ ଶ୍ରମିକଙ୍କର ମୃତ୍ୟୁ, ୩ଜଣ ଗୁରୁତର ଆହତ

ନୟାଗଡ଼ ୦୪/୦୨/୨୦୨୩ (ଓଡ଼ିଶା ସମାଚାର)-  ପାଇପଲାଇନ କାମବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଇଟାମାଟି ଥାନା ସୁନାଲଟିରେ ପାଇପଲାଇନ କାମବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ପାଇପଲାଇନ ବିଚ୍ଛା କାମରେ ନିୟୋଜିତ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଗ୍ୟାସ ପାଇପ ନିର୍ମାଣ ବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଦୁଇ ମୃତକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି। ଉଭୟଙ୍କ ଘର ମହାରାଷ୍ଟ୍ରରେ।  ଆହତମାନଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାପଡ଼ିଛି। ଗେଲ୍ ଇଣ୍ଡିଆ ପକ୍ଷରୁ ସୁନାଲଟି ନିକଟରେ ପାଇପ ଲାଇନ ନିର୍ମାଣ ଚାଲିଥିବା ବେଳେ କମ୍ପ୍ରେସର ଯୋଗେ ସେଗୁଡିକୁ ସଫା କରାଯାଉଥିଲା ବେଳେ  ଅଚାନକ କମ୍ପ୍ରେସର ଚାପାରେ ଦୁଇ ଶ୍ରମିକ ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେ। ଇଟାମାଟି ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published.