ସାଧନା ଓ ସଂକଳ୍ପ ଶିକ୍ଷାର୍ଥୀ କୁ ସଫଳତାର ମାର୍ଗ ଦେଖାଇ ଥାଏ
ନିରାକାରପୁର, ୦୪/୦୨/୨୦୨୩ (ଓଡ଼ିଶା ସମାଚାର)- ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ ଦୃଢ଼ ସଂକଳ୍ପ ଓ ସାଧନାର ଆବଶ୍ୟକତାର ଜରୁରୀ ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟ ୧୨୮ ତମ କ୍ଷେତ୍ରବାସୀ ଜୟନ୍ତୀ ଓ ୬୪ ତମ ସାମ୍ବତ୍ସରିକ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏସିଆ ମହାଦେଶର ସର୍ବ ପୂରାତନ ଗ୍ରାମୀଣ ବିଜ୍ଞାନ ମହାବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ କ୍ଷେତ୍ରବାସୀ ରାଉତରାୟଙ୍କ ୧୨୮ତମ ଜୟନ୍ତୀ ଅବସରରେ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ୧୨୮ତମ କ୍ଷେତ୍ରବାସୀ ଜୟନ୍ତୀ ଓ ୬୪ତମ ସାମ୍ବସ୍ଛରିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ପ୍ରତିଭାମୟୀ ମିତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଇରେଡା ଚେୟରମ୍ୟାନ ପ୍ରଦୀପ୍ତ ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାହିତିକ୍ୟ ତଥା ସ୍ତମ୍ବକାର ଗୈ।ରହରି ଦାଶ, ଟାଙ୍ଗି ତହସିଲଦାର ଜନ୍ମେଜୟ ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ସଂଜୟ କୁମାର ମହାପାତ୍ର ଯୋଗଦେଇ ମହାବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ରାଉତରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ମତ ପ୍ରତିପାଦନ କରିଥିଲେ। ଛାତ୍ରଛାତ୍ରୀମାନେ ସ୍ବର୍ଗତ କ୍ଷେତ୍ରବାସୀ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ ମହାବିଦ୍ୟାଳୟରେ ଦୀର୍ଘ ୨୫ବର୍ଷ ଧରି କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥି ମାନେ। ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଅଧ୍ୟାପକ ଡଃ ମୃତ୍ୟୁଜଂୟ ରଥ ମଂଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ଚନ୍ଦନ ମିଶ୍ର , ସୌରଭ ମହାପାତ୍ର, ଅଶୋକ କୁମାର ପାତ୍ର, ଡ ପ୍ରଭାତ ଦାଶ, ଡ ପ୍ରତାପ କୁମାର ପଟ୍ଟନାୟକ, ଡ ଜୟନ୍ତ ବାନାର୍ଜୀ, ଶଙ୍କର୍ଷଣ ପ୍ରଧାନ,ହର ପ୍ରସନ୍ନ ତ୍ରିପାଠୀ, ଓ ପୁଣ୍ୟଦର୍ଶନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ କଲେଜର ମୁଖପତ୍ର ” ଚିତ୍ରକୁଟ” ଓ କଲେଜ କ୍ୟାଲେଣ୍ଡର ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ସଚଳା ଦେବୀ ସ୍ମାରକୀ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ବର୍ଷା ମଙ୍ଗରାଜ, ପ୍ରବୀର୍ କୁମାର ସ୍ମାରକୀ ଓଡ଼ିଆ ବକ୍ତୃତାରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ଵାଳ ପ୍ରଥମ ହୋଇ ସମ୍ବର୍ଦ୍ଧିତ ହୋଇଥିବାବେଳେ ଭିତ୍ତିଭୂମି ସହାୟତା ପାଇଁ ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ ଙ୍କୁ ଅଧ୍ୟକ୍ଷା ସମ୍ବର୍ଦ୍ଧିତ ହୋଇଥିଲେ।