ନିରାକାରପୁର/ ଖୋର୍ଦ୍ଧା, ୦୪/୦୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମ ନିକଟରେ ମାଙ୍କଡା ପଥର ଖଣିରେ କାମ କରୁଥିବା ବେଳେ ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ। ମୃତ ଶ୍ରମିକ ଜଣଙ୍କ ଗୟାବନ୍ଧ ଗ୍ରାମର ମନସୁର ଅଲୀ (୩୫)।ମନସୁର ପାଓ୍ବ।ର ଟିଲରରେ ଅପରେଟର ଭାବରେ ଖଣିରେ କାମ କରୁଥିଲେ।
ଟ୍ରକ ଡ୍ରାଇଭର ର ଅସାବଧାନତା ଯୋଗୁଁ ଟ୍ରକ ଟି ପଥର ବୋଝେଇ କରି ଖଣି ବାହାରକୁ ଯାଉଥିବାବେଳେ ହଠାତ୍ ଗାଡ଼ିଟି ପଛକୁ ଗାଡି ଆସି ମନସୁର ଙ୍କ ଉପରେ ମାଡିଗଲା ।ଟ୍ରକ ଚକାତଳେ ଚାପି ହୋଇ ରହିଥିଲା ମନସୁର। ମନସୁର କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲ କୁ ଚିକିତ୍ସ।
ପାଇଁ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ଖବର ପାଇ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣିରୁ ଗୋଟିଏ ପାଓ୍ବ।ର ଟିଲର ଓ ଟ୍ରକ ଜବତ କରିବା ସହିତ ଟ୍ରକ ଡ୍ରାଇଭର କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ପରେ ଟ୍ରକ୍ ବିରୁଧରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।