Tuesday , March 28 2023
Breaking News
Home / ତାଜା ଖବର / ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ , ଜଣେ ଆହତ

ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ , ଜଣେ ଆହତ

ଖୋର୍ଦ୍ଧା, ୦୪/୦୨/୨୦୨୩ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବ୍ୟବସାୟୀ ଭାଇଙ୍କ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡରେ ବ୍ୟବସାୟୀ ରଚିତ୍ରାନନ୍ଦ ସାମନ୍ତରାୟ ଆହତ ହୋଇଛନ୍ତି। ରଚିତ୍ରାଙ୍କ ଗୋଡ଼ ଉପରକୁ ବୋମା ମାଡ଼ ହୋଇଛି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି । ରଚିତ୍ରାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ବ୍ୟବସାୟୀ ଭାଲୁ ସାମନ୍ତରାୟଙ୍କ ସାନଭାଇ ହେଉଛନ୍ତି ରଚିତ୍ରାନନ୍ଦ । ଲଗାତର ୩ରୁ ଅଧିକ ବୋମାମାଡ଼ ହୋଇଥିବା ବେଳେ, ପୁଲିସ ଏକାଧିକ ଅଫୁଟା ବୋମା ଜବତ କରିଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଦୁର୍ବୃତ୍ତ ବୋମା ଧରି ଗାଁରେ ଧମକାଉଥିଲେ । ବୋମାମାଡ଼ ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି ।

Leave a Reply

Your email address will not be published.