Sunday , March 26 2023
Breaking News
Home / ବିଶେଷ / ଜଗନ୍ନାଥ ମନ୍ଦିର କମିଟି ତରଫରୁ ୫ଟି ସଚିବଙ୍କୁ ଦାବି ପତ୍ର ପ୍ରଦାନ

ଜଗନ୍ନାଥ ମନ୍ଦିର କମିଟି ତରଫରୁ ୫ଟି ସଚିବଙ୍କୁ ଦାବି ପତ୍ର ପ୍ରଦାନ

ଲକ୍ଷ୍ମୀପୁର, ୦୪/୦୨/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଏକ ଜଗନ୍ନାଥ ମନ୍ଦିର ଗତ ପ୍ରାୟ ୧୫ ବର୍ଷ ହେଲା ଅର୍ଧ ନିର୍ମିତ ଅବସ୍ଥାରେ ରହିଛି।ସରକାରଙ୍କ କୌଣସି ଅନୁଦାନ ଆସୁ ନଥିବାରୁ ଆଜି ମନ୍ଦିର ପରିଚାଳନା କମିଟି ତରଫରୁ କୋରାପୁଟ ସର୍କିଟ୍ ହାଉସ ଠାରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ବର୍ତମାନ ଏହି ମନ୍ଦିର ନିର୍ମାଣରେ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ କରା ଗଲାଣି ତଥାପି କାର୍ୟ୍ୟ ସମ୍ପୁର୍ଣ ନହେବା ଭକ୍ତଙ୍କ ମହଲରେ ଅସୋନ୍ତୋଷ ବଢିବାରେ ଲାଗିଛି।ବର୍ତମାନ ମନ୍ଦିର କାର୍ୟ୍ୟ ସମ୍ପୁର୍ଣ ହେବା ପାଇଁ ଲକ୍ଷାଧିକ ଟଙ୍କା ଦରକାର ପଡୁଥିବାରୁ ସେଥିରେ ବାଧା ଉପୁଜିଛି।ଅନେକ ବର୍ଷ ହେଲାଣି ଚତୁର୍ଦ୍ଧା ମୁର୍ତ୍ତି ଏକ ଅସ୍ଥାଇ ଘରେ ପୁଜା ପାଉଥିବାରୁ ଠାକୁରଙ୍କ ନିତି କାନ୍ତିରେ ବାଧା ଉପୁଜିଛି।
ତେଣୁ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଥିବା ଜଗନ୍ନାଥ ମନ୍ଦିରର ଅସମ୍ପୁର୍ଣ କାର୍ୟ୍ୟକୁ ସମ୍ପୁର୍ଣ କରିବା ସକାଶେ ସରକାରଙ୍କ ମାଧ୍ୟମରେ କିଛି ଅନୁଦାନ ରାଷି ପ୍ରଦାନ କରାଯାଉ ବୋଲି ଉକ୍ତ ଦାବି ପତ୍ରରେ ଉଲେଖ ରହିଛି।କୋରାପୁଟ ଜିଲ୍ଲାର ଅନେକ ସମସ୍ୟାକୁ ନେଇ ବିଭିନ୍ନ ସଂଗଠନ ଆଗେଇ ଆସିବା ସହ ୫-ଟି ସଚିବଙ୍କୁ ଦେଇଥିବା ଦାବି ପତ୍ର ଉପରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଏବେ ଦେଖିବାକୁ ରହିଲା ବାକି।ଆଜି ଦାବି ପତ୍ର ପ୍ରଦାନ ସମୟରେ ମନ୍ଦିର ପରିଚାଳନା କମିଟିର ହରେ କୃଷ୍ଣ ସାହୁ,ଭି.ରାମୁ ଓ ବଣିକ ସଂଘ ସଭାପତି ମନୋଜ ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published.