ନିରାକାରପୁର, ୦୪/୦୨/୨୦୨୩ (ଓଡ଼ିଶା ସମାଚାର)- ରେଳ ବିଭାଗ ଅଧିନରେ ଥିବା ରାଜ୍ୟର ବିଭିନ୍ନ ରେଳ ଫାଟକ ମଧ୍ୟରୁ ସବୁଠୁ ବେଶୀ ବ୍ୟସ୍ତ ବହୁଳ ରେଳ ଫାଟକ ଭାବେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରେ ନୟାଗଡ ପୁରୀ ନୂଆ ଜଗନ୍ନାଥ ସଡ଼କରେ ଥିବା ରେଳ ଫାଟକ ଅନ୍ୟତମ। ଏହି ରାସ୍ତା ଦେଇ ଦୈନଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ପୁରୀକୁ ଓଡ଼ିଶାର ଦକ୍ଷିଣା ଓ ପଶ୍ଚିମାଞ୍ଚଳ ର ଲୋକମାନେ ଯାତାୟାତ କରୁଛନ୍ତି। ପୂର୍ବରୁ ରେଳ ପଥ ଦେଇ ବହୁ କମ ସଂଖ୍ୟକ ଟ୍ରେନ ଯାଉଥିବାବେଳେ ବର୍ତ୍ତମାନ ଦୈନଦିନ ଶହ ଶହ ଟ୍ରେନ ଯାତାୟାତ କରୁଛି। ଯାହା ଫଳରେ ଏହି ଗେଟ୍ ରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି।
ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକମାନେ। ପ୍ରତିଦିନ ଛୋଟମୋଟ ଘଟଣା ଦୁର୍ଘଟଣା ମଧ୍ୟ ଘଟୁଛି ଏହି ରେଳ ଫାଟକ ନିକଟରେ। ତେଣୁ ରେଳ ବିଭାଗ ଏଥର ସ୍ଥିତି ଅନୁଧ୍ୟାନ ପାଇଁ। ପ୍ରଥମ କରି ବ୍ରହ୍ମପୁର ଠାରୁ ଖୋର୍ଦ୍ଧା ରୋଡ଼ ମଧ୍ୟରେ କେବଳ ଏହି ରେଳ ଫାଟକ ରେ ସିସିଟିଭି କ୍ୟାମେରା ଲଗାଯାଇଛି। ବିଭାଗୀୟ ଅଧିକାରୀ ମାନେ ଏହାର ସ୍ଥିତି କୁ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନେବାର ଉଦ୍ଦେଶ୍ୟ ରହି ଥିବାର ଅନୁମାନ କରାଯାଉଛି। ଅନ୍ୟ ପଟେ ଅଧିକ ଜାମ ହେଉଥିବା ରୁ ଅନେକ ସମୟ ରେ ବିଭିନ୍ନ ଗାଡିମଟର ଗେଟ୍ ଭାଙ୍ଗି ଦୃତ ଗତିରେ ପଳାଉଛନ୍ତି। ତାହା କୁ ବି ନିରୀକ୍ଷଣ କରିବା ଅନ୍ୟ ଏକ କାରଣ ବୋଲି ଜଣାପଡିଛି। ପ୍ରକାଶ ଥାଉ କି ଅତ୍ୟଧିକ ଗାଡି ମଟର ଯାତାୟାତ ଓ ବହୁ ସମୟରେ ରେଳ ଫାଟକ ବନ୍ଦ ହୋଇ ରହୁଥିବା କାରଣରୁ ଏଠାରେ ଏକ ଓଭର ବ୍ରିଜ ହେବାର ପ୍ରସ୍ତାବ ରହିଛି। କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ ତାହା ସମ୍ଭବ ହେଉ ନ ଥିବା ବେଳେ ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ଦିଆ ଯାଇ ବାଇପାସ୍ ନ କରାଯିବା ରେଳ ବିଭାଗ ଓ କେନ୍ଦ୍ର ସରକାରଙ୍କ ଇଛଶକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।